ମୁମ୍ବାଇ ୧୧।୧୧: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ସିଜନ-୧୮ଅର୍ଥାତ ଆଇପିଏଲ-୨୦୨୫ର ମେଗା ଅକ୍ସନ ୨୪ ଓ ୨୫ ନଭେମ୍ବରରେ ଜେଦାରେ ଅନୁଷ୍ଠିତ ହେବ। ଏହି ଅକ୍ସନ ଲାଗି ୫୦୦ କି ହଜାରେ ନୁହନ୍ତି ଏଥର ୧୫୭୪ଜଣ ଖେଳାଳି ସେମାନଙ୍କ ନାଁ ପଞ୍ଜିକରଣ କରିଛନ୍ତି। ଏହି ଖେଳାଳିଙ୍କ ମଧ୍ୟରେ ଏପରି ୩ ଜଣ ଖେଳାଳି ଅଛନ୍ତି ଯେଉଁମାନଙ୍କର ପାକିସ୍ତାନ ସହିତ ନିବିଡ଼ ସମ୍ପର୍କ ରହିଛି।
ଏହି ୩ ଖେଳାଳିଙ୍କୁ ନେଇ ଆସୁଥିବା ଖବର ଅନୁସାରେ ସେମାନଙ୍କ ଉପରେ ଆଇପିଏଲ-୨୦୨୫ ମେଗା ଅକ୍ସନରେ କୋଲକାତା ନାଇଟ ରାଇଡର୍ସ (କେକେଆର) ମାଲିକ ଶାହରୁଖ ଖାନ ୪୦ କୋଟି ଟଙ୍କା ପର୍ଯ୍ୟନ୍ତ ବୋଲି ଲଗାଇ ପାରନ୍ତି। ତେବେ ଆସନ୍ତୁ ଜାଣିବା ସେହି ୩ ଖେଳାଳି କିଏ, ଯେଉଁମାନଙ୍କ ଉପରେ ଆଇପିଏଲ-୨୦୨୫ ଅକ୍ସନରେ ଶାହରୁଖ ମୋଟା ଅଙ୍କ ଖର୍ଚ୍ଚ କରିବାକୁ ପ୍ରସ୍ତୁତ।
ଆଇପିଏଲ ମେଗା ଅକ୍ସନରେ ଶାହରୁଖ ଖାନ ଯେଉଁ ୩ ଖେଳାଳିଙ୍କ ଉପରେ ବାଜି ଲଗାଇ ପାରନ୍ତି ସେମାନେ ହେଲେ ମୋଇନ ଅଲ୍ଲୀ, ସିକନ୍ଦର ରଜା ଓ ଅଲ୍ଲୀ ଖାନ। ଏହି ୩ ଜଣ ଖେଳାଳି ଏବେ ଅନ୍ୟ ଦେଶଙ୍କ ଟିମ୍ ପକ୍ଷରୁ ଖେଳୁଛନ୍ତି। ତେବେ ୩ ଜଣଙ୍କ ସମ୍ପର୍କ ପାକିସ୍ତାନ ସହିତ ରହିଛି। ଏଣୁ ୩ ଜଣଙ୍କୁ ପାକିସ୍ତାନୀ କୁହାଯାଏ। ଉଲ୍ଲେଖଯୋଗ୍ୟ ଯେ ମୋଇନ ଅଲ୍ଲୀ ଏବେ ଇଂଲଣ୍ଡ ଟିମ୍ ପକ୍ଷରୁ ଖେଳୁଛନ୍ତି। ସେହିପରି ସିକନ୍ଦର ରଜା ଜିମ୍ବାୱେ ପକ୍ଷରୁ ଖେଳୁଥିବା ବେଳେ ଅଲ୍ଲୀ ଖାନ ଆମେରିକା ପକ୍ଷରୁ ଖେଳୁଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ଇଂଲିଶ ଷ୍ଟାର ମୋଇନ ଓ ସିକନ୍ଦର ରଜା ବିଶ୍ଵ କ୍ରିକେଟର ଭଲ ଅଲରାଉଣ୍ଡର। ସେହିପରି ଅଲ୍ଲି ଖାନ ଏବେ ଆମେରିକା ପକ୍ଷରୁ ଭଲ ବୋଲିଂ କରୁଛନ୍ତି। ଏଣୁ ଲାଗୁଛି ଆଇପିଏଲ-୨୦୨୫ ମେଗା ଅକ୍ସନରେ ସେମାନଙ୍କୁ ମଧ୍ୟ ନିଲାମରେ ସାମିଲ କରାଯାଇ ପାରେ। ତାଜା ସୂଚନା ଅନୁସାରେ ଆଇପିଏଲ-୨୦୨୪ ବିଜେତା କେକେଆର ସେମାନଙ୍କ ଉପରେ ବୋଲି ଲଗାଉଥିବାର ଦେଖାଯାଇ ପାରନ୍ତି ଓ ୪୦ କୋଟି ଟଙ୍କା ପର୍ଯ୍ୟନ୍ତ ବୋଲି ଲଗାଇ ୩ଜଣଙ୍କୁ ନିଜ ଟିମ୍ରେ ସାମିଲ କରିପାରେ।