ଧରାହେଲେ ଅବୈଧ ସଂପର୍କ ରଖୁଥିବା ୩ଯୋଡ଼ା ପ୍ରେମୀଯୁଗଳ , ଘଣ୍ଟାକୁ ହଜାରେଥିଲା ଷ୍ଟେସନପାଖ ହୋଟେଲର ରୁମଭଡ଼ା

Published By : Prameya-News7 Bureau | January 22, 2019 IST

କାନପୁର ୨୩/୧- ପ୍ରେମ କରିବାକୁ ପାର୍କ, ରେଷ୍ଟୁରାଣ୍ଟ ପ୍ରେମୀଯୁଗଳଙ୍କ ପାଇଁ ଅଭାବ ନ ଥିଲା କିନ୍ତୁ ଅବୈଧ ସଂପର୍କ ରଖିବାକୁ କୌଣସି ହୋଟେଲ ମିଳୁନ ଥିଲା । କିନ୍ତୁ କାନପୁର ପୋଲିସ ଏମିତି ସ୍କାଣ୍ଡାଲର ପର୍ଦ୍ଦାଫାଶ କରିଛି , ଯାହା ଅବୈଧ ସଂପର୍କ ରଖିଲେ ବି ମିଳିପାରୁଥିଲା ରୁମ୍ ଓ ଅନ୍ୟାନ ସୁବିଧା । କିନ୍ତୁ ହୋଟେଲ ଘଣ୍ଟାକୁ ହଜାରେ ଟଂକାରୁ ଆରମ୍ଭକରି ମନଇଛା ବି ନେଉଥିଲେ ଚାର୍ଜ ।

{"id":77016}

କାନପୁର ରେଲଓ୍ଵେ ଷ୍ଟେସନ ପାଖ ଗୋଟିଏ ହୋଟେଲରୁ ୩ଯୋଡ଼ା ପ୍ରେମୀଯୁଗଳଙ୍କୁ ଗିରଫ କରିବା ପରେ ଏଭଳି ଘଟଣା ପଦାକୁ ଆସିଛି । ଏହି ହୋଟେଲରେ ଅନୈତିକ ସଂପର୍କ ରଖିବାକୁ ମିଳିପାରୁଥିଲା ସବୁ ପ୍ରକାର ସୁବିଧା । ପ୍ରତି ଘଣ୍ଟାକୁ ରୁମ୍ ରେଣ୍ଟ ହିସାବରେ ମିଳିପାରୁଥିଲା ହଜାରେ ଟଂକାରେ । ପୋଲିସ ପାଖରେ ସୁରାକ ଥିଲେ ବି କୌଣସି ପ୍ରମାଣ ନ ଥିଲା ।

{"id":77017}

ଅନେକଦିନ ହେବ ପୋଲିସ ପାଖରେ ଖବର ଥିଲା ଷ୍ଟେସନ ଆଖପାଖରେ ଥିବା ହୋଟେଲରେ ଅନୈତିକ କାମ ଚାଲୁଛି । ପୋଲିସ ଏହି ଘଟଣାରେ ସୋମବାରଦିନ ବିଭିନ୍ନ  ହୋଟେଲ ଉପରେ ଚଢ଼ାଉ କରିଥିଲା । ଏହି ଚଢ଼ାଉବେଳେ ୩ଯୋଡ଼ା ପ୍ରେମୀଯୁଗଳଙ୍କୁ ଆପତ୍ତିଜନକ ଅବସ୍ଥାରେ ପ୍ରେମୀଯୁଗଳଙ୍କୁ ଉଦ୍ଧାର କରିଥିଲା ପୋଲିସ । ଏହା ସହିତ ଅନେକ ଆପତ୍ତିଜନକ ସାମଗ୍ରୀ ମଧ୍ୟ ଉଦ୍ଧାର କରିଥିଲା । ଏହି ଘଟଣାରେ ହୋଟେଲ ମାଲିକ ସନ୍ତୋଷ ସାହୁ ଓ ମ୍ୟାନେଜର ନକୁଳ ଯାଦବଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରିଛି ।

ଘଣ୍ଟାକୁ ହଜାରେରୁ ଅଧିକ ଟଂକା ପ୍ରେମୀଯୁଗଳଙ୍କୁ ଠୁଁ ନେଉଥିଲେ ବୋଲି ହୋଟେଲ ମାଲିକ ସନ୍ତୋଷ ସାହୁ ସ୍ଵୀକାର କରିଛନ୍ତି । ଅନେକ କଲେଜ ଛାତ୍ରଛାତ୍ରୀ ତଥା ବିଭିନ୍ନ ଅନୈତିକ ସଂପର୍କ ରଖୁଥିବା ଲୋକ ଅଧିକ ଆସୁଥିଲେ ବୋଲି ମଧ୍ୟ ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.