ତିନି ଓଡିଆ ଏବେ ଦେଶର ଅର୍ଥନୈତିକ ନୀତି ନିର୍ଦ୍ଧାରଣ ଦାୟିତ୍ବରେ

Published By : Prameya-News7 Bureau | January 14, 2020 IST

ଭାରତୀୟ ରିଜର୍ଭ ବ୍ୟାଙ୍କରେ ଡେପୁଟି ଗଭର୍ଣ୍ଣର ପଦରେ ଓଡ଼ିଆ ଅଫିସର । ବର୍ତ୍ତମାନ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶଶିକାନ୍ତ ଦାସ ଓ ଡେପୁଟି ଗଭର୍ଣ୍ଣର ଭାବେ ବିପି କାନୁନ୍‌ଗୋ କାର୍ଯ୍ୟରତ ଅଛନ୍ତି । ତେବେ ପୁଣି ଜଣେ ଓଡିଆଙ୍କୁ ଆରବିଆଇର  ଡେପୁଟି ଗଭର୍ଣ୍ଣର ଭାବେ ନିଯୁକ୍ତ ଦେଇଛନ୍ତି କେନ୍ଦ୍ର ସରକାର । ସେ ହେଲେ  ଓଡିଆ ପୁଅ ମାଇକେଲ ଦେବବ୍ରତ ପାତ୍ର ।  ଦେବବ୍ରତ ଡେପୁଟୀ ଗଭର୍ଣ୍ଣର ସହ ଜାତୀୟ ମୁଦ୍ରାନୀତି କମିଟରି  ସଦସ୍ୟ ରହିବେ ।

{"id":211327,"sizeSlug":"large"}

ଫାଇନାନ୍ସିଆଲ ଷ୍ଟାବିଲିଟି ରିସର୍ଚ୍ଚ ଉପରେ ମାଇକେଲ ଦେବବ୍ରତ ପାତ୍ର ହାର୍ବାଡ ବିଶ୍ୱବିଦ୍ୟାଳୟରେ ପୋଷ୍ଟ ଡକ୍ଟୋରାଲ ରିସର୍ଚ୍ଚ ହାସଲ କରିଛନ୍ତି । ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକୁ ଦିଗ ଦେବେ ମାଇକେଲ ଦେବବ୍ରତ ପାତ୍ର ଏବଂ ତାଙ୍କ ସହିତ ଅନ୍ୟ ଡେପୁଟି ଗଭର୍ଣ୍ଣର ବି.ପି କାନୁନଗୋ। ତେଣୁ ତିନି ଓଡିଆ ଏବେ ଦେଶର ଅର୍ଥନୈତିକ ନୀତି ନିର୍ଦ୍ଧାରଣ ଦାୟିତ୍ବରେ ରହିଛନ୍ତି। 

{"id":211328,"sizeSlug":"large"}

ବର୍ତ୍ତମାନ ଦେଶ ଗୁରୁତ୍ବର ଆର୍ଥିକ ସ୍ଥିତି ଦେଇ ଗତି କରୁଛି । ଏହି ସମୟରେ ଦେଶର ସର୍ବୋଚ୍ଚ ବ୍ୟାଙ୍କର ନୀତି ନିର୍ଦ୍ଧାରଣ କମିଟିରେ ଅଧିଷ୍ଠିତ ହୋଇଛନ୍ତି ୩ଜଣ ଓଡିଆ । ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶଶିକାନ୍ତ ଦାସଙ୍କ କାର୍ଯ୍ୟରେ ସହଯୋଗ ପାଇଁ ଡେପୁଟି ଗଭର୍ଣ୍ଣର ଭାବେ ନିଯୁକ୍ତି ପାଇଛନ୍ତି ମାଇକେଲ ଦେବବ୍ରତ ପାତ୍ର। ଆଉ ମାଇକେଲ ଦେବବ୍ରତ ହେଉଛନ୍ତି ଓଡ଼ିଆ। ଦେବବ୍ରତ ପାତ୍ରଙ୍କ କାର୍ଯ୍ୟକାଳ ୩ ବର୍ଷ ରହିବ ।

{"id":211330,"sizeSlug":"large"}

 ଡେପୁଟୀ ଗଭର୍ଣ୍ଣର ସହ ସେ ଆରବିଆଇର କାର୍ଯ୍ୟକାରୀ ନିଦ୍ଦେର୍ଶକ ଏବଂ ମୁଦ୍ରାନୀତି କମିଟିର ସଦସ୍ୟ ରହିବେ । ପୂର୍ବତନ ଡେପୁଟି ଗଭର୍ଣ୍ଣର ବିରଳ ଆଚାର୍ଯ୍ୟଙ୍କ ସ୍ଥାନରେ ଏମ୍.ଦେବବ୍ରତ ପାତ୍ର ନିଯୁକ୍ତି ମିଳିଛି । ବିରଳ ଆଚାର୍ଯ୍ୟ ୨୦୧୯ ଜୁନ୍ ମାସରେ କେନ୍ଦ୍ର ସରକାରଙ୍କ ମଧ୍ୟରେ ମତଭେଦ ଯୋଗୁଁ ଡେପୁଟି ଗଭର୍ଣ୍ଣର ପଦରରୁ ଇସ୍ତଫା ଦେଇଥିଲେ । ଆରବିଆଇର ଡେପୁଟି ଗଭର୍ଣ୍ଣର ନିଯୁକ୍ତ ହେବା ପୂ୍ର୍ବରୁ ମାଇକେଲ ପାତ୍ର ମନିଟାରୀ ପଲିସି ବିଭାଗର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ସମ୍ପାଦନା କରୁଥିଲେ ।

{"id":211331,"sizeSlug":"large"}

ଦେଶର ଆର୍ଥିକ ଅଭିବୃଦ୍ଧି ପାଇଁ ସୁଧହାର କମାଇବା ପାଇଁ ନିଆ ଯାଉଥିବା ନିଷ୍ପତ୍ତିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ମାଇକେଲ ପାତ୍ର। ଓଡ଼ିଶାର କଟକରେ ଜନ୍ମଗ୍ରହଣ କରିଥିବା ମାଇକେଲ ପାତ୍ର ଆଇଆଇଟି ମୁମ୍ବାଇରେ ଅର୍ଥନୀତିରେ ପିଏଚ୍‌ଡି ଡିଗ୍ରୀ ହାସଲ କରିଛନ୍ତି । ୧୯୮୫ ମସିହାରୁ ସେ ଆରବିଆଇରେ କାର୍ଯ୍ୟ କରି ଆସୁଛନ୍ତି।  ଅକ୍ଟୋବର ୨୦୦୫ରେ ସେ ମନିଟାରୀ ପଲିସି ବିଭାଗକୁ ଯିବା ପୂର୍ବରୁ ଅର୍ଥନୀତି ବିଶ୍ଲେଷଣ ବିଭାଗ ଓ ଅନ୍ତର୍ଜାତୀୟ ଫାଇନାନ୍ସ ପଲିସି ଇନଚାର୍ଜ ଭାବେ ବି ଦାୟିତ୍ୱ ତୁଲାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.