ଧାନ ବୁଣିବାକୁ ବିଲକୁ ଯାଇଥିବା ବେଳେ ହେଲା ବଜ୍ରପାତ, ଭାଇ-ଭଉଣୀ ସହ ଟ୍ରାକ୍ଟର ଡ୍ରାଇଭର ମୃତ, ୪ ଗୋରୁଙ୍କ ମୃତ୍ୟୁ

Published By : Prameya-News7 Bureau | June 13, 2022 IST

ନବରଙ୍ଗପୁର, ୧୩/୦୬: ଅଦିନିଆ ବର୍ଷା ଓ କାଳ ବୈଶାଖୀ ବର୍ଷା ପ୍ରଭାବରେ ବଜ୍ରାଘାତ ଘଟିବା କାରଣରୁ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ମୁଣ୍ଡିବେଡା ପଞ୍ଚାୟତ ଅନ୍ତର୍ଗତ ପାତ୍ରୀମାଲ୍ ଗାଁରେ ୩ ଜଣଙ୍କ ମୃତ୍ୟୁ ଘଟିଛି । ଏଥିସହ ସହିତ ୪ ଗୋଟି ଗୋରୁଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ସୂଚନା ଅନୁଯାୟୀ ଛତିଶଗଡ ଅଞ୍ଚଳର ଛଇଲା ଗାଁର ଧନସିଂ ଅନ୍ତି ତାଙ୍କ ଭଉଣୀ ଘର ପାତ୍ରୀମାଲକୁ ଆସିଥିଲେ ଏବଂ ଆଜି ଧାନ ଜମିକୁ ଧନ ସିଂ ଓ ତାଙ୍କ ଭଉଣୀ ଧାନ ବୁଣିବାକୁ ଯାଇଥିଲେ । ଏହି ସମୟରେ ବଜ୍ରାଘାତ ହୋଇଥିଲା । ବଜ୍ରାଘାତରେ ଭାଇ ଧନ ସିଂ ଓ ଭଉଣୀ ରାଇମଣି ଗଣ୍ଡଙ୍କ ସହ ଚାଷ ପାଇଁ ଆସିଥିବା ଖର୍ଖାର ପାରା ଗାଁର ଟ୍ରାକ୍ଟର ଡ଼୍ରାଇଭର ଅମରୁ ନାୟକଙ୍କ ବି ମୃତ୍ୟୁ ଘଟିଛି । ଏଥିସହ ଘଟଣା ସ୍ଥଳରୁ କିଛି ଦୂରରେ ଗୋଟିଏ ଗଛ ମୂଳରେ ଚାରିଟି ଗୋରୁଙ୍କ ମଧ୍ୟ ମୃତ୍ୟୁ ଘଟିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.