ତୟାପୁଟରେ ଅଭାବନୀୟ ଘଟଣା, ସ୍ତ୍ରୀ ଓ ୨ ବର୍ଷର ଛୁଆକୁ ମାରି ସ୍ୱାମୀର ଆତ୍ମହତ୍ୟା ଅଭିଯୋଗ

Published By : Prameya-News7 Bureau | February 13, 2023 IST

ନାରାୟଣପାଟଣା ୧୩/୦୨: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ତୟାପୁଟ ଗାଁରେ ଅଭାବନୀୟ ଘଟଣା । ଗୋଟିଏ ପରିବାରର ତିନି ଜଣଙ୍କ ମୃତ୍ୟୁ । ବାପା ମାଆ ଓ ଦୁଇ ବର୍ଷର ଶିଶୁର ମୃତଦେହ ମିଳିଛି । ରଶି ଲାଗିବା ଅବସ୍ଥାରେ ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି ।

ତେବେ ଏମାନଙ୍କୁ କିଏ ହତ୍ୟା କରିଛି ନା ଏମାନେ ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ହୋଇନି। ମୃତକ ରାଜା ବିଶୋଇ, ତାଙ୍କ ସ୍ତ୍ରୀ ଏବଂ ଝିଅ। ରାଜା ଘର ନିକଟରେ ଏକ ମୋବାଇଲ୍ ଦୋକାନ ଦେଇଥିଲେ। ସେ ଝିଅ ଏବଂ ସ୍ତ୍ରୀକୁ ମାରି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । କେଉଁ କାରଣ ପାଇଁ ଘଟଣା ଘଟିଛି ତାହା ସ୍ପଷ୍ଟ ହୋଇନି। ଲକ୍ଷ୍ମୀପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.