ନୂଆଦିଲ୍ଲୀ ୦୪।୧୧: ଆହୁରି ଶକ୍ତିଶାଳୀ ହେବ ଭାରତୀୟ ବାୟୁସେନା । ପ୍ରଥମେ ୫ଟି , ଏବେ ଆଉ ୩ଟି ରାଫେଲ ବିମାନ ଆସୁଛି । ଭାରତୀୟ ବାୟୁସେନାରେ ଆଜି ସାମିଲ ହେବ ୩ଟି ରାଫେଲ୍ ଯୁଦ୍ଧବିମାନ । ଏହି ୩ଟି ରାଫେଲ୍ ଯୁଦ୍ଧ ବିମାନ ଫ୍ରାନ୍ସରୁ ଭାରତ ଆସିବ। ଏସବୁ ଯୁଦ୍ଧବିମାନ ଫ୍ରାନସରୁ ସିଧାସଳଖ ଗୁଜରାଟର ଜାମନଗର ପହଞ୍ଚିବ। ଏସବୁ ବିମାନ ସହ ରହିବ ଫ୍ରାନ୍ସ ଏୟାରଫୋର୍ସର ମିଡ୍ ଏୟାର ରିଫୁଏଲିଂ ଏୟାରକ୍ରାଫ୍ଟ।
ରାଫେଲ ବିମାନ ଉଡାଇ ଆଣିବା ଲାଗି ଭାରତୀୟ ବାୟୁସେନା ପାଇଲଟଙ୍କୁ ବିଧିବଦ୍ଧ ତାଲିମ ଦିଆଯାଇଛି। ଏହି ୩ଟି ବିମାନ ଆସିବା ପରେ ଭାରତର ମୋଟ ୮ଟି ରାଫେଲ୍ ବିମାନ ହୋଇଯିବ। ଜୁଲାଇ ୨୯ରେ ଭାରତକୁ ୫ଟି ରାଫେଲ ଯୁଦ୍ଧ ବିମାନ ଆସିଥିଲା। ୧୦ ସେପ୍ଟେମ୍ବରରେ ଆମ୍ବାଲା ଏୟାରପୋର୍ଟରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରାଫେଲକୁ ବାୟୁସେନାରେ ସାମିଲ କରାଯାଇଥିଲା ।