ରାଜ୍ୟରେ ଆହୁରି ୩ଦିନ ବର୍ଷା ସମ୍ଭାବନା; ୨୮ ଯାଏଁ କୋହଲା ପାଗ

Published By : Prameya-News7 Bureau | February 26, 2024 IST

ଭୁବନେଶ୍ୱର ୨୬/୦୨: ରାଜ୍ୟରେ ଆହୁରି ତିନି ଦିନ ବର୍ଷା । ୨୮ ତାରିଖ ଯାଏଁ ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ହାଲୁକା ବର୍ଷା ହୋଇପାରେ । ସେହିପରି ୨୮ ତାରିଖ ପର୍ଯ୍ୟନ୍ତ ପାଗ କୋହଲା ରହିବ । ଆସନ୍ତା ୪ ଦିନ ଯାଏଁ ତାପମାତ୍ରା ମଧ୍ୟ କମ୍ ରହିବ ।

wp:embed {"url":"https://www.prameyanews7.com/2024-lok-sabha-election-bjp-will-announce-the-first-100-lok-sabha-candidates-including-5-lok-sabha-seats-from-odisha/","type":"wp-embed","providerNameSlug":"prameya-news-7"}
https://www.prameyanews7.com/2024-lok-sabha-election-bjp-will-announce-the-first-100-lok-sabha-candidates-including-5-lok-sabha-seats-from-odisha/
/wp:embed

ରବିବାର ଖୋର୍ଦ୍ଧା, ପୁରୀ, ନୟାଗଡ଼ ଓ ଗଞ୍ଜାମ ଜିଲ୍ଲାର କିଛି  ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ସନ୍ଧ୍ୟା ସୁଦ୍ଧା ବାଲେଶ୍ୱରରେ ୧୦.୫ମିମି ବର୍ଷା ହୋଇଛି । ଭବାନୀପାଟଣାରେ  ୭.୬ମିମି ବର୍ଷା ରେକର୍ଡ ହୋଇଛି । ଗତ ୨୪ ଘଣ୍ଟାରେ ଖୋର୍ଦ୍ଧାର ବାଣପୁରରେ ୧୦୫ମିମି ବର୍ଷା ହୋଇଛି । ଗଞ୍ଜାମର ବେଲଗୁଣ୍ଠାରେ  ୯୬.୬, ଚିଲିକାରେ ୫୪, ଗଞ୍ଜାମର ବୁଗୁଡ଼ାରେ ୪୮, ଭଞ୍ଜନଗରରେ  ୩୮, ଦାରିଙ୍ଗିବାଡ଼ିରେ ୨୦ ଓ ଟିଟିଲାଗଡ଼ରେ ୧୫ମିମି ବର୍ଷା ରେକର୍ଡ  ହୋଇଛି । ବର୍ଷା ଯୋଗୁ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରା  କମିଛି । ମାଲକାନଗିରିରେ ଦିନ ତାପମାତ୍ରା ସର୍ବାଧିକ ୩୫.୨ ଡିଗ୍ରୀ  ରହିଛି । ରାୟଗଡ଼ାରେ ୩୪.୪ ଓ ପାରଳାଖେମୁଣ୍ଡିରେ ୩୪.୨ ରହିଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.