ଟୀକା ନେଇ ଶିଶୁ ମୃତ
10/05/2018 at 6:34 AM

ଟୀକା ନେଇ ୩ ମାସର ଶିଶୁର ମୃତ୍ୟୁ ଅଭିଯୋଗ । ରାଉରକେଲା ମାଲଗୋଦାମ-୨ ଅଙ୍ଗନବାଡିରେ ଶିଶୁକୁ ଗତକାଲି ଟୀକା ଦିଆଯାଇଥିଲା । ତେବେ ଓଭର ଡୋଜ୍ ଦେଇଥିବାରୁ ଶିଶୁଟିର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତକ ମାଲଗୋଦାମ ୯ ନମ୍ବର ୱାର୍ଡର ସରଜୁ ସାହୁ ଓ ଖୁସବୁ ସିଂଙ୍କ ଶିଶୁ । ଗତକାଲି ସକାଳ ୧୦ଟାରେ ଶିଶୁକୁ ରୋଟା ପେଣ୍ଟା ଟୀକା ଦିଆଯାଇଥିଲା । ରାତି ୮ଟାରେ ଶିଶୁଟିର ମୃତ୍ୟୁ ହୋଇଥିଲା । ଅଧିକ ଡୋଜ୍ ଦେବାରୁ ଶିଶୁଟିର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଉଦିତନଗର ପୋଲିସ ଘଟଣାର ତଦନ୍ତ କରୁଛି ।