ମାଆ ପାଖରେ ଶୋଇଥିଲା ୪ ମାସର ଶିଶୁକନ୍ୟା, କାମୁଡିଦେଲା ବିଷାକ୍ତ ସାପ

Published By : Prameya-News7 Bureau | July 06, 2024 IST

ଆନନ୍ଦପୁର ୦୬/୦୭: ଘରେ ରାତିରେ ମା ପାଖରେ ଶୋଇଥିଲା ୪ମାସର ଶିଶୁକନ୍ୟା । ହଠାତ୍ ଚିହିକି ଉଠିଲା ଶିଶୁକନ୍ୟାଟି । ହେଲେ କେହି କିଛି ବୁଝି ପାରିଲେ ନାହିଁ । ମା ପୁଣିଥରେ କାନ୍ଦୁଥିବା ଝିଅଟିକୁ ଶାନ୍ତ କରି ସୁଆଇଦେଲା । କେଇଘଣ୍ଟାପରେ ଶିଶିକନ୍ୟାଟି ଅତି ଗୁରୁତର ହେବାରୁ ତାକୁ ଡାକ୍ତର ଖାନା ଆଣିଥିଲେ । ହେଲେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କଲେ । 
ରାତିରେ କୈଣସି ଏକ ବିଷାକ୍ତ ସାପ କାମୁଡିଥିବା ରୁ ଶିଶୁଟିର ମୃତ୍ୟୁ ଘଟିଥିବା ଡାକ୍ତର ପରିବାର ଲୋକଙ୍କୁ ଜଣାଇଛନ୍ତି । ଆନନ୍ଦପୁର ଥାନା ରଟୁଆଁ ଗାଁ ରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି । ମୃତକ ଗାଁର ଚନ୍ଦନ ମାଝୀଙ୍କ ଝୀଅ ପିହୁ ମାଝୀଙ୍କ ଏଭଳି ମୃତ୍ୟୁକୁ ନେଇ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.