ଗଜପତି ଜିଲ୍ଲାରେ ବାତ୍ୟା ଓ ବନ୍ୟା ସ୍ଥିତିର ସମୀକ୍ଷା କଲେ ମନ୍ତ୍ରୀ ମହେଶ୍ୱର ମହାନ୍ତି, ସୁଶାନ୍ତ ସିଂ ଓ ରଞ୍ଜନ ପୂଜାରୀ

Published By : Prameya-News7 Bureau | October 14, 2018 IST

ଗଜପତି ୧୪/୧୦ : ଗଜପତି ଜିଲ୍ଲାରେ ବାତ୍ୟା ଓ ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି ୩ ମନ୍ତ୍ରୀ | ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମନ୍ତ୍ରୀ ମହେଶ୍ୱର ମହାନ୍ତି, ସୁଶାନ୍ତ ସିଂ ଓ ରଞ୍ଜନ ପୂଜାରୀ ବାତ୍ୟା ଏବଂ ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି | ବାତ୍ୟା ପରିଚାଳନା ଓ କ୍ଷୟକ୍ଷତି ନେଇ ସମୀକ୍ଷା ବୈଠକରେ ଆଲୋଚନା କରିଛନ୍ତି | ଗଜପତି ଜିଲ୍ଲାରେ ମୋଟ ୧୧୩୬ ଗାଁ ବାତ୍ୟାରେ ପ୍ରଭାବିତ ହୋଇଛି | ୫୭୭୮୨୭ ଜଣ ସାଧାରଣ ଲୋକେ ଏହି ବାତ୍ୟାରେ ପ୍ରଭାବିତ ହୋଇଛନ୍ତି | ୩୯୧୨୩ ହେକ୍ଟର ଜମି କ୍ଷତିଗ୍ରସ୍ତ ହୋଇଛି | ଧାନ, କପା, ମକା ଆଦି ଫସଲ ନଷ୍ଟ ହୋଇଛି | ସନ୍ଧ୍ୟା ସୁଦ୍ଧା ବିଭିନ୍ନ ଅଂଚଳରେ ପାନୀୟ ଜଳ ଏବଂ ବିଦ୍ୟୁତ ସଂଯୋଜିଗ କରାଯିବ ବୋଲି ମନ୍ତ୍ରୀ ସୁଶାନ୍ତ ସିଂ ଏବଂ ମହେଶ୍ୱର ମହାନ୍ତି କହିଛନ୍ତି | ସମୀକ୍ଷା ବୈଠକରେ ଦକ୍ଷିଣାଞ୍ଚଳ ଆରଡିସି, ସାଂସଦ ସିଦ୍ଧାନ୍ତ ମହାପାତ୍ର, ମୋହନା ବିଧାୟକ ବାସନ୍ତୀ ମଲ୍ଲିକ, ପାରଳାଖେମୁଣ୍ଡି ବିଧାୟକ କେ.ସୂର୍ଯ୍ୟରାଓ, ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ | ସମୀକ୍ଷା ପରେ ବାତ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ କରିଥିଲେ ମନ୍ତ୍ରୀ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.