ଜାମ୍ମୁ-କାଶ୍ମୀର ତ୍ରାଲ୍‌ରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କୀ ସଫା !

Published By : Prameya-News7 Bureau | February 19, 2020 IST

ଶ୍ରୀନଗର ୧୯।୦୨:  ଜମ୍ମୁ କଶ୍ମୀରର ପୁଲୱାମା ଜିଲ୍ଲା ତ୍ରାଲରେ ସୁରକ୍ଷାବାହିନୀକୁ ବଡ଼ ସଫଳତା ମିଳିଛି । ସୁରକ୍ଷା ବାହିନୀର ଯବାନମାନେ ତିନି ଜଣ ଆତଙ୍କବାଦୀଙ୍କୁ ନିହତ କରିଥିବା ସୂଚନା ରହିଛି । ସ୍ଥାନୀୟ ଅଞ୍ଚଳରେ ସେନା ବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି। ତେବେ ନିହତ ହୋଇଥିବା ଆତଙ୍କବାଦୀମାନେ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି । ନିହତ ଆତଙ୍କବାଦୀଙ୍କ ଠାରୁ ଗୋଟିଏ ଏକେ-୪୭, ଏକେ-୫୬ ଓ ହ୍ୟାଣ୍ଡ-ଗ୍ରେନେଡ ଜବତ ହୋଇଛି ।

ସୂଚନାଯୋଗ୍ୟ ଯେ, ମଙ୍ଗବାର  ସନ୍ଧ୍ୟାରେ ଜମ୍ମୁ କଶ୍ମୀର ପୋଲିସ, ସିଆରପିଏଫ ଏବଂ ସେନାର ସଂଯୁକ୍ତ ଟିମ ଏହି କାର୍ଯ୍ୟାନୁଷ୍ଠାନ ନେଇଥିବା ଜଣାପଡ଼ିଛି । ତ୍ରାଲ ଅଞ୍ଚଳରେ ଆତଙ୍କବାଦୀ ଥିବା ସୂଚନା ମିଳିବା ପରେ ସୁରକ୍ଷା ବାହିନୀର ଯବାନମାନେ ସଂପୃକ୍ତ ଅଞ୍ଚଳକୁ ଘେରା ବନ୍ଦୀ କରିଥିଲେ । ଏହା ପରେ ଏନକାଉଣ୍ଟର ହୋଇଥିଲା । ଏନ୍‌କାଉଣ୍ଟରରେ ତିନିଜଣ ଆତଙ୍କୀ ନିହତ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.