oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • UNSCରେ ରୁଷ୍‌ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିଲା ଆମେରିକା, ଭୋଟିଂରୁ ବିରତ ରହିଲା ଭାରତ
  • ||
  • ଦେଶରେ ଆରମ୍ଭ ହେବ 5G ମୋବାଇଲ ସେବା, ପ୍ରଗତି ମଇଦାନରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
  • ||

ତିନି ଲୁଟେରାଙ୍କ ସହ ଜଣେ ରିସିଭରଙ୍କୁ ଗିରଫ କଲା ଗ୍ରାମାଞ୍ଚଳ ପୋଲିସ, ଲୁଟ୍‌ ସାମଗ୍ରୀ ଜବତ

23/04/2022 at 7:03 PM

ଭଦ୍ରକ, ୨୩।୦୪: ଆନ୍ତଃ ଜିଲ୍ଲା ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହେଲା ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ।  ତିନି ଜଣ ଲୁଟେରା ସହ ଜଣେ ରିସିଭରକୁ ଗିରଫ କରିଛି ଗ୍ରାମାଞ୍ଚଳ ପୋଲିସ । କାର, ବାଇକ, ନଗଦ ଟଙ୍କା ଓ  ବିପୁଳ ପରିମାଣରେ ସୁନା ଜବତ ସହ ଧାରୁଆ ମାରଣାସ୍ତ୍ରକୁ ମଧ୍ୟ ଜବତ କରାଯାଇଛି । ଘଟଣାକ୍ରମ ଅନୁଯାୟୀ, ଭଦ୍ରକ ଧରିତ୍ରୀ ନଗର ଅଞ୍ଚଳର ଜଣେ ମହିଳା ନିଜ ପିଲାଙ୍କୁ ସ୍କୁଲରୁ ଛାଡି ଫେରୁଥିବା ସମୟରେ ଛିନତାଇର ଶିକାର ହୋଇଥିଲେ । ଦୁଇ ଯୁବକ ଏକ ବାଇକ ଯୋଗେ ଆସି ମହିଳାଙ୍କ ବେକରୁ ଜୋରଜବରଦସ୍ତ ସୁନା ଚେନ ଛିଡ଼ାଇ ନେଇ ପଳାଇ ଯାଇଥିଲେ । ଏନେଇ ମହିଳା ଜଣକ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିବା ପରେ, ପୋଲିସ ସିସିଟିଭି ଆଧାରରେ ଦୁଇ ଲୁଟେରାଙ୍କୁ ଠାବ କରିଥିଲା ।

ଦୁଇ ଲୁଟେରାଙ୍କ ଖବର ପାଇଲେ ପୋଲିସକୁ ଜଣାଇବା ପାଇଁ ସ୍ଥାନୀୟ ଲୋକଙ୍କୁ ପୋଲିସ କହିଥିଲା । ଗତକାଲି ଆରଡ଼ି ଛକ ନିକଟରେ ଏହି ଦୁଇ ଲୁଟେରାଙ୍କୁ ସ୍ଥାନୀୟ ଲୋକ ଚିହ୍ନି ଅଟକାଇ ଥିଲେ । ପରେ ଗ୍ରାମାଞ୍ଚଳ ପୋଲିସ ପହଞ୍ଚି ଲୁଟେରା ଦ୍ବୟଙ୍କୁ ଚି଼ହ୍ନଟ କରି ଅଧିକ ତଦନ୍ତ ଚଳାଇଥିଲେ । ଲୁଟେରାମାନେ ଭଦ୍ରକ, ବାଲେଶ୍ୱର ଓ ମୟୁରଭଞ୍ଜ ଜ଼ିଲ୍ଲାର ବିଭିନ୍ନ ଅଞ୍ଚଳରୁ ଲୋକମାନଙ୍କୁ ଭୟଭୀତ କରାଇ ଲୁଟ ତରାଜ କରୁଥିଲେ । ଲୁଟ ସାମଗ୍ରୀ ଗୁଡିକ ବାଲେଶ୍ୱର ଜ଼ିଲ୍ଲା ଖଇରା ଅଞ୍ଚଳର ଜଣେ ସୁନା ଦୋକାନୀକୁ ବିକ୍ରି କରୁଥିଲେ ବୋଲି ପୋଲିସ ସୂଚନା ଦେଇଛି ।

ତିନିଜଣ ଲୁଟେରାଙ୍କ ସହ ଜଣେ ରିସିଭରଙ୍କୁ ମଧ୍ୟ ଗିରଫ କରିଛି ପୋଲିସ । ଲୁଟେରାଙ୍କ ନିକଟରୁ ଲୁଟ ସମୟରେ ବ୍ୟବହୃତ ହେଉଥିବା ଗୋଟିଏ କାର, ମୋଟର ସାଇକେଲ ଜବତ କରିବା ସହ ୫୫ ଗ୍ରାମର ୫ ଟି ସୁନା ଚେନ, କୋଡିଏ ହଜାରରୁ ଉର୍ଦ୍ଧ୍ୱ ଟଙ୍କାର ନଗଦ କ୍ୟାସ, ମୋବାଇଲ ଫୋନ, ଏଟିଏମ କାର୍ଡ ଓ ବିଭିନ୍ନ ଧାରୁଆ ମାରଣାସ୍ତ୍ର ଜବତ କରିଛି ପୋଲିସ । ଏହି ଲୁଟେରା ଗ୍ୟାଙ୍ଗରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେନେଇ ଅଧିକ ତଦନ୍ତ ଚଳାଇଛି ପୋଲିସ ।

   Related Posts