ଜାମ୍ମୁ-କାଶ୍ମୀରରେ ଅପରେସନ ଅଲଆଉଟ୍; ୫ ଲସ୍କର-ଏ-ତୈବା ଆତଙ୍କୀ ନିହତ

Published By : Prameya-News7 Bureau | November 17, 2023 IST

ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ସେନାକୁ ବଡ଼ ସଫଳତା । ସୁରକ୍ଷାବଳର ଏନକାଉଣ୍ଟରରେ ୫ ଆତଙ୍କବାଦୀ ନିହତ ହୋଇଛନ୍ତି । ସ୍ଥାନୀୟ ଅଞ୍ଚଳରେ ଆହୁରି ଆତଙ୍କୀ ଥିବାନେଇ ସୂଚନା ମିଳିଛି । ଯାହାଫଳରେ ସୁରକ୍ଷାବଳ ପକ୍ଷରୁ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଛି ।

wp:html /wp:html

କୁମାଗାମ୍ ଜିଲ୍ଲାର ସାମୁନ ଅଞ୍ଚଳ ଲସ୍କର -ଏ-ତୈବାର ଆତଙ୍କବାଦୀ ଲୁଚିଥିବା ନେଇ ସୂଚନା ମିଳିବା ପରେ ଅପରେସନ ଅଲଆଉଟ୍ ଜାରି ରଖିଛି ଭାରତୀୟ ସେନା । ଗୁରୁବାର ଠାରୁ ଏପର୍ଯ୍ୟନ୍ତ ୨୦ ଘଣ୍ଟା ହେଲା ସ୍ଥାନୀୟ ଅଞ୍ଚଳରେ ଗୁଳିବିନିମୟ ଜାରି ରହିଛି । ଏହି ଏନକାଉଣ୍ଟରରେ ୫ ଆତଙ୍କୀ ନିହତ ହୋଇଛନ୍ତି । ଏହି ଅପରେସନରେ ୩୪ ରାଷ୍ଟ୍ରୀୟ ରାଇଫଲ୍ସ, ଏଲିଟ୍ ସ୍ପେଶାଲ ଫୋର୍ସ, ସିଆରପିଏଫ ଓ ସ୍ଥାନୀୟ ପୋଲିସ ସାମିଲ୍ ରହିଛି । ତେବେ ଅଧିକ ଆତଙ୍କୀ ଥିବା ଆଶଂକା କରାଯାଉଥିବା ବେଳେ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ ସର୍ଚ୍ଚ ଅପରେସନକୁ ଜୋରଦାର କରିଛି ସୁରକ୍ଷାବଳ ।   

wp:html /wp:html

ସେନା ଅଧିକାରୀଙ୍କ କହିବା ଅନୁଯାୟୀ, ଅତଙ୍କବାଦୀ ଥିବା ଅଞ୍ଚଳକୁ ସେନା କର୍ଡନ କରି ଅପରେସନ ଜାରି ରଖିଛି । ଏହାଛଡ଼ା ଆତଙ୍କୀଙ୍କ ଉପରକୁ ପାଲଟା ଆକ୍ରମଣ କରି ୩୦ରୁ ଅଧିକ ପରିବାରକୁ ସୁରକ୍ଷିତ ଉଦ୍ଧାର କରିଛନ୍ତି । ଗତ ଅକ୍ଟୋବରରେ କୁମଗାମରେ ଏନକାଉଣ୍ଟର ହୋଇଥିଲା । ଏଥିରେ ୨ ଆତଙ୍କବାଦୀଙ୍କୁ ନିହତ ହୋଇଥିଲେ ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.