ଯୁବକଙ୍କୁ ଠେଙ୍ଗାରେ ଆକ୍ରମଣ କଲେ, ୩ ଲକ୍ଷ ଟଙ୍କା ଲୁଟିନେଲେ ୩ ଡକାୟତ

Published By : Prameya-News7 Bureau | June 28, 2021 IST

କଣ୍ଟାବାଞ୍ଜି ୨୮।୬: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଘୁସୁରାମୁଣ୍ଡା ଗାଁ ଛକ ନିକଟରେ ଜଣେ ବାଇକ୍ ଆରୋହୀଙ୍କୁ ଆକ୍ରମଣ କରି ୩ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ମୁରିବାହାଲ, କଂଟାବାଞ୍ଜି ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ମୁରିବାହାଲ ଥାନା ପଙ୍ଗନିଆ ଗାଁର ବିଜୟ କୁମାର ନାଗ ମୁରିବାହାଲରେ କିଓସ୍କ ବ୍ୟାଙ୍କ ଚଲାଉଛନ୍ତି । ତେବେ ସବୁଦିନ ପରି ଆଜି ମଧ୍ୟ ସେ ତାଙ୍କ ଘରୁ ଏକ ବ୍ୟାଗରେ ଟଙ୍କା ନେଇ ନିଜ ବାଇକରେ କିଓସ୍କ ବ୍ୟାଙ୍କ ଯାଉଥିଲେ । ତେବେ ପୂର୍ବରୁ ଏକ ଗଛ ତଳେ ଲୁଚି ରହିଥିବା ଡକାୟତ ଠେଙ୍ଗାରେ ବିଜୟଙ୍କୁ ଆକ୍ରମଣ କରିଥିଲେ । ବିଜୟ ତଳେ ପଡିଯାଇଥିବା ବେଳେ ତାଙ୍କ ପାଖରେ ଥିବା ଟଙ୍କା ଭର୍ତ୍ତି ବ୍ୟାଗ୍ ଲୁଟି ନେଇଥିଲେ । ଡାକାୟତମାନେ ଦୁଇଟି ବାଇକରେ ୩ ଜଣ ଡକାୟତ ଥିବାବେଳେ ବ୍ୟାଗରେ ୩ ଲକ୍ଷ ଟଙ୍କା ଥିବା ବିଜୟ କହିଛନ୍ତି । ଥାନାରେ ବିଜୟଙ୍କ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.