ପାର୍ବଣ ୠତୁରେ ୩ ଲକ୍ଷ ଲୋକଙ୍କୁ ଚାକିରୀ ଦେବ ଇ-କମର୍ସ କମ୍ପାନୀ ଫ୍ଲିପ୍‌କାର୍ଟ ଏବଂ ଆମାଜନ୍

Published By : Prameya-News7 Bureau | September 30, 2020 IST

ନୂଆଦିଲ୍ଲୀ ୩୦/୦୯ : ଇ-କମର୍ସ କମ୍ପାନୀ ଚଳିତ ପାର୍ବଣ ୠତୁରେ ନିଜର ସେଲ୍ସ ବଢାଇବା ପାଇଁ ବମ୍ପର୍ ଭର୍ତ୍ତି କରିବାକୁ ଯାଉଛି । ଫ୍ଲିପକାର୍ଟ ଏବଂ ଆମାଜନ୍ ଭଳି ଅନେକ ଇ-କମର୍ସ କମ୍ପାନୀ ଦେଶର ପାଖାପାଖି ୩ ଲକ୍ଷ ଲୋକଙ୍କୁ ଚାକିରୀ ଦେବ । RedSeer ଅନୁଯାୟୀ, ପାର୍ବଣ ୠତୁକୁ ଦେଖି ଇ-କମର୍ସ ପ୍ଲାଟଫର୍ମ ଦ୍ୱାରା ଅସ୍ଥାୟୀ ନିଯୁକ୍ତି କରିବ । କେବଳ ସେତିକି ନୁହେଁ, ଇ-କମର୍ସ କମ୍ପାନୀର ମାଲ୍ ଲୋକଙ୍କ ଯାଏଁ ପହଞ୍ଚାଉଥିବା ଲଜିଷ୍ଟିକ୍ କମ୍ପାନୀ ଇକମ୍ ଏକ୍ସପ୍ରେସ ୩୦ ହଜାର ନୂଆ ଚାକିରୀ ଘୋଷଣା କରିଛି । ଅକ୍ଟୋବର ପ୍ରଥମ ସପ୍ତାହ ସୁଦ୍ଧା ଏହି କମ୍ପାନୀର ନିଯୁକ୍ତି ହେବାର ଆଶଙ୍କା ରହିଛି ।

{"id":336567,"sizeSlug":"large"}

RedSeer କହିଛି ଯେ, ପାଖାପାଖି ୨୦ ପ୍ରତିଶତ ଅସ୍ଥାୟୀ କର୍ମଚାରୀଙ୍କୁ ପାର୍ବଣ ୠତୁ ପରେ ମଧ୍ୟ ବାହାର କରାଯିବ ନାହିଁ । ବର୍ତ୍ତମାନ କରୋନା ମହାମାରୀ ଯୋଗୁଁ ଅଧିକାଂଶ ଲୋକ ଅନଲାଇନ ସପିଙ୍ଗ୍ କରିବାକୁ ପସନ୍ଦ କରୁଛନ୍ତି । ଲୋକଙ୍କ ଚାହିଦା ପୁରା କରିବାକୁ ଦୁନିଆର ସବୁଠାରୁ ବଡ ଇ-କମର୍ସ କମ୍ପାନୀ ଆମାଜନ୍ ଭାରତରେ ଏକ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେବେ । ନୂଆ କର୍ମଚାରୀ ସାମଗ୍ରୀ ପ୍ୟାକ୍ କରିବା, ସାମଗ୍ରୀ ପଠାଇବା ଓ ଅର୍ଡର୍ ପହଞ୍ଚାଇବା କାମ କରିବାରେ ସାହାଯ୍ୟ କରିବେ । ଏହି ନିଯୁକ୍ତି ଉଭୟ ପାର୍ଟ ଟାଇମ୍ ଓ ଫୁଲ୍ ଟାଇମ୍ ହିସାବରେ ହେବ ।

{"id":336568,"sizeSlug":"large"}

ରିପୋର୍ଟରେ କୁହାଯାଇଛି ଯେ, ୩ ଲକ୍ଷ ଚାକିରୀ ମଧ୍ୟରୁ ୭୦ ପ୍ରତିଶତ ଫ୍ଲିପକାର୍ଟ ଏବଂ ଆମାଜନ୍ ଭଳି ଅନଲାଇନ୍ ପ୍ଲାଟଫର୍ମ ଦ୍ୱାରା ଚାକିରୀ ଦିଆଯିବାର ସମ୍ଭାବନା ରହିଛି । ବାକି ନିଯୁକ୍ତି Ecom Express ଭଳି ଲଜିଷ୍ଟିକ କମ୍ପାନୀ ଦ୍ୱାରା କରାଯିବ । ଏହି ଚାକିରୀ ମଧ୍ୟରୁ ୬୦ ପ୍ରତିଶତ ରୋଲ୍ ଲଜିଷ୍ଟିକ୍ ଫଙ୍କସନରେ ରହିବା ନେଇ ଅନୁମାନ କରାଯାଉଛି । ବାକି ୨୦ ପ୍ରତିଶତ ରୋଲ ୱେୟାରହାଉସିଂରେ ଓ ୨୦ ପ୍ରତିଶତ କଷ୍ଟମର୍ ସର୍ଭିସ୍ ଫଙ୍କସନରେ ରହିପାରନ୍ତି ।

{"id":336572,"sizeSlug":"large"}

ଚଳିତ ମାସ ଆରମ୍ଭରେ ଫ୍ଲିପକାର୍ଟ କହିଥିଲା ଯେ ପାର୍ବଣ ୠତୁରେ ୭୦ ହଜାର ଲୋକଙ୍କୁ ଡାଇରେକ୍ଟ ହେଉ କିମ୍ବା ଇନଡାଇରେକ୍ଟ ହେଉ ଚାକିରୀ ଦେବାରେ ସାହାଯ୍ୟ କରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.