scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

୩ ଲକ୍ଷରୁ ଅଧିକ ଦାମ୍‌ର ମୋବାଇଲ୍‌ ଚୋରି, ମୁଖା ପିନ୍ଧି ଲୁଟିନେଲେ ଚୋର, ସିସିଟିଭିରେ କଏଦ୍‌…

23/07/2022 at 9:50 PM

ଭଞ୍ଜନଗର, ୨୩/୦୭: ଗଞ୍ଜାମ ଭଞ୍ଜନଗର ସହରରେ ଥିବା କାଞ୍ଚନ ମୋବାଇଲ ଦୋକାନରୁ ଚୋରି ହୋଇଛି ବହୁ ନାମୀଦାମୀ କମ୍ପାନୀର ମୋବାଇଲ। ଭଞ୍ଜନଗର ପୋଲିସର ତଦନ୍ତ ଜାରି ରହିଛି । ସିସିଟିଭିକୁ ଦେଖିଲେ ସ୍ପଷ୍ଟ ଜଣାପଡୁଛି ଗତକାଲି ରାତି ପ୍ରାୟ ଦୁଇଟା ସମୟରେ ଦୁଇଜଣ ଚୋର ଗ୍ରୀଲ ତାଡି ଦୋକାନ ଭିତରେ ପଶିଥିଲେ । ୧୫ ଗୋଟି ସ୍ମାର୍ଟଫୋନ ମୋବାଇଲ ସହିତ ବହୁ ଇଲୋକଟ୍ରନିକ୍ସ ଉପକରଣ ବ୍ୟାଗରେ ଭର୍ତ୍ତି କରି ଚମ୍ପଟ ମାରିଥିଲେ ।

ପ୍ରାୟ ୩ଲକ୍ଷ ଟଙ୍କାର ସାମଗ୍ରୀ ଚୋରି ହୋଇଛି। ଅତି ଚତୁରତାର ସହିତ ଜଣେ ମୁହଁରେ ଚଦର ଓ ଅନ୍ୟଜଣେ ମାସ୍କ ପିନ୍ଧିଥିବାରୁ ଉଭୟଙ୍କ ପରିଚୟ ମିଳିପାରିନାହିଁ। ଏନେଇ ମୋବାଇଲ ଦୋକାନ ମାଲିକ ଭଞ୍ଜନଗର ଥାନାରେ ଏତଲା ଦେଇଛନ୍ତି। ପୋଲିସ ତଦନ୍ତ ଜାରି ରଖିଛି। ପୂର୍ବରୁ ସେହି ଦୋକାନରେ ରହି କାମ କରୁଥିବା, ଜଣେ ପିଲା ଉପରେ ସନ୍ଦେହ କରାଯାଉଛି l

   Related Posts