ବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଫେରୁଥିଲେ, ଅଙ୍କଲ ଡାକି ଝାମ୍ପିନେଲେ ୩ ଲକ୍ଷ ଟଙ୍କା

Published By : Prameya-News7 Bureau | March 04, 2024 IST

ରାଉରକେଲା ୦୪/୦୩ : ଦିନ ଦ୍ୱିପ୍ରହରରେ ମାତିଲେ ଲୁଟେରା । ଲୁଟିନେଲେ ୩ ଲକ୍ଷ ଟଙ୍କା । ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିବାବେଳେ ଲୁଟିନେଇଛନ୍ତି ଲୁଟେରା । ରାଉରକେଲା କୋଏଲ ନଗର ଛକ ନିକଟରେ ଜଗଦା ଅଂଚଳରେ ଘଟିଛି ଏହି ଅଘଟଣ ।

ସୂଚନା ଥାଉକି, କୋଏଲ ନଗରର ଜଣେ ବ୍ୟକ୍ତି ସେଣ୍ଟ୍ରାଲ ବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଫେରୁଥିଲେ । ଘର ତିଆରି ପାଇଁ ବ୍ୟାଙ୍କ୍‌ରୁ ଟଙ୍କା ଉଠାଇ ଆସୁଥିଲେ । ତେବେ ପୂର୍ବରୁ ଛକି ରହିଥିବା ଲୁଟେରାମାନେ ବ୍ୟକ୍ତି ଜଣଙ୍କ ଚାଲି ଚାଲି ଯିବା ବେଳେ ଏହାର ସୁଯୋଗ ନେଇଥିଲେ ।

ବ୍ୟକ୍ତିଙ୍କୁ ଅଙ୍କଲ ଡାକି ଝାମ୍ପି ନେଇଥିଲେ ଟଙ୍କା ଭର୍ତ୍ତି ବ୍ୟାଗ୍ । ବ୍ୟାଗରେ ୩ ଲକ୍ଷ ଟଙ୍କା ଥିଲା । ବାଇକ୍ ରେ ଆସି ଟଙ୍କା ଲୁଟି ନେଇଛନ୍ତି ଦୁଇ ଦୁର୍ବୃତ୍ତ । ଏନେଇ ଝିରିପାଣି ଥାନାରେ ମାମଲା ରୁଜୁ ହୋଇଛି । ପୋଲିସ ଖବର ପାଇଁ ଲୁଟେରାଙ୍କୁ ଧରିବାକୁ ଜୋରଦାର ଉଦ୍ୟମ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.