ଦାଦନ ଦୁଃଖ ; ସିକନ୍ଦରାବାଦରେ ୩ ଦାଦନ ଶ୍ରମିକଙ୍କ ମୃତ୍ୟୁ
10/05/2018 at 6:57 AM

ଦାଦନ ଖଟିବାକୁ ଗଲେ ,ଆଉ ଫେରିଲେନି । ଦାଦନରେ ଦୁଇ ଭାଇଙ୍କ ସହ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଚାନ୍ଦବାଲି ଥାନା ଅନ୍ତର୍ଗତ ବାଘନଟାଗାଁର ସହଦେବ ମହାଳିକଙ୍କ ଦୁଇ ପୁଅ ବିକାଶମହାଳିକ ଓ ପ୍ରକାଶମହାଳିକ କାମ କରିବାକୁ ଆନ୍ଧ୍ରପ୍ରଦେଶ ସିକନ୍ଦରାବାଦ ଯାଇଥିଲେ । ସେଠାରେ ସେମାନେ ଘରୋଇକମ୍ପାନୀ ପ୍ଳେମିଂ ନାଇନରେ କାମ କରୁଥିଲେ । କମ୍ପାନୀ ମାଟିତଳେ ପାଇପ୍ ବିଛେଇବା କାମ କରୁଥିଲେ । ତେବେ ମାଟି ଅତଡା ଖସି ଦୁଇଭାଇଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସେଠାରେ ଯାଜପୁର ମୁକୁନ୍ଦପୁର ଅଞ୍ଚଳର ମାନସ ସାହୁଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । କମ୍ପାନୀ କର୍ତ୍ତୁପକ୍ଷ ଏକ ଗାଡିରେ ତିନି ମୃତକଙ୍କ ମୃତଦେହ ଗାଡ଼ିରେ ଆଣି ପ୍ରଥମେ ବାଘନଟାଗଁ।ରେ ପହଞ୍ଚାଇଛନ୍ତି । ତେବେ ଗ୍ରାମବାସୀ ଗାଡ଼ିକୁ ଅଟକ ରଖିବା ସହ ପ୍ରତି ମୃତକଙ୍କ ଲାଗି ସେମାନଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଁଏ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି । ଏପରିକି ମୃତଦେହକୁ ଗାଡିରୁ ଓହ୍ଲାଇ ନଦେଇ , ପ୍ରଥମେ କ୍ଷତିପୂରଣ ଦାବି କରିଛନ୍ତି । ମୃତକଙ୍କ ପରିବାର ଏବଂ ସ୍ଥାନୀୟ ସରପଞ୍ଚ ଓ କିଛି ରାଜନେତା ସେମାନଙ୍କ ସହ ସାମିଲ ହୋଇ କ୍ଷତିପୂରଣ ଲାଗି ଅଡି ବସିଛନ୍ତି । ମୃତକ ମାନଙ୍କ ବୟସ ୧୮ରୁ ୨୦ ବର୍ଷ ହୋଇଥିବା ବେଳେ ପରିବାର ପୋଷଣ ଲାଗି ଦାଦନଯାଇଥିଲେ । ଅଥଚ ଫେରିଛି ସେମାନଙ୍କର ମୃତଦେହ । ଏନେଇ ସ୍ଥାନୀୟ ଅଞ୍ଚଳରେ ଶୋକ ଓ କ୍ଷୋଭ ଜନୀତ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି ।