ଆଫଗାନିସ୍ତାନ ପରେ ଏବେ ଇରାନରେ ଶକ୍ତିଶାଳୀ ଭୂମିକମ୍ପ; ୟୁଏଇରେ ଅନୁଭୂତ ହେଲା ଝଟକା; ୩ ମୃତ

Published By : Prameya-News7 Bureau | July 02, 2022 IST

ଦୁବାଇ: ନିକଟରେ ଆଫଗାନିସ୍ତାନ ଖୋଷ୍ଟ ଓ ପାକ୍ତିକା ଅଞ୍ଚଳର ଶକ୍ତିଶାଳୀ ଭୂମିକମ୍ପ ହୋଇ ଦୁଇଟି ଅଞ୍ଚଳରେ ଅନେକ କ୍ଷତି ହୋଇଛି। ଯାହାର ରିକ୍ଟର ସ୍କେଲ୍‌ରେ ତୀବ୍ରତା ଥିଲା ୬.୧।  ଏଥିରେ ଏକ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ସେଠାରେ ଲୋକଙ୍କୁ ସହାୟତା ଦିଆଯାଉଛି। ଆଉ ଏବେ ପୁଣି ଇରାନରେ ମଧ୍ୟ ସେତିକି ତୀବ୍ରତାର ଭୟଙ୍କର ଭୂମିକମ୍ପ ହୋଇଛି।

ଏଥିରେ ବର୍ତ୍ତମାନ ସୁଧା ମୃତ୍ୟୁ ସଂଖ୍ୟା ୩ ରହିଥିବା ବେଳେ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି। ଭୂମିକମ୍ପରେ ତୀବ୍ରତା ୬.୧ ହୋଇଥିବା ବେଳେ ଏହାର ଝଟ୍‌କା ୟୁନାଇଟେଡ୍ ଆରବ ଏମିରେଟ୍ରେ ଅନୁଭୂତ ହୋଇଛି। ଶନିବାର ଦକ୍ଷିଣ ଇରାନ ଏଙି ଭୂମିକମ୍ପ ହୋଇଥିବା ସ୍ଥାନୀୟ ଗଣମାଧ୍ୟମ ସୂଚନା ଦେଇଛି। ଏହି ଭୂମିକମ୍ପରେ ୮ ଜଣ ଆହତ ହୋଇଛନ୍ତି।

ଇରାନ ଗଣମାଧ୍ୟମ ଭୂମିକମ୍ପରେ ତୀବ୍ରତା ୬.୧ କହିଥିବା ବେଳେ ୟୁରୋପିୟନ ମିଡିଆଟେରେନ ସେସ୍‌ମୋଲୋଜୀ ସେଣ୍ଟର(EMSC) ଏହାର ତୀବ୍ରତା ୬.୦ କହିଛି। ୧୦ କିମି ଗଭୀରତାରୁ ଏହା ସୃଷ୍ଟି ହୋଇଥିବା EMSC କହିଛି। ରାତି ୧ଟା ବେଳେ ଭୂମିକମ୍ପ ହୋଇଥିବା ଇରାନର ନ୍ୟାସ୍‌ ସେଣ୍ଟର ଫର ମେଟ୍ରୋଲୋଜୀ କହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.