ତେଲଙ୍ଗାନାରେ ନିର୍ମାଣଧିନ ଷ୍ଟାଡିୟମର ଭୁଶୁଡିଲା କାନ୍ଥ, ତିନି ମୃତ

Published By : Prameya-News7 Bureau | November 20, 2023 IST

ନୂଆଦିଲ୍ଲୀ: ତେଲେଙ୍ଗାନାର ରଙ୍ଗାରେଡ୍ଡୀ ଜିଲ୍ଲା ସ୍ଥିତ ମୋଇନାବାଦ ଗାଁରେ ଏକ ବଡ଼ ଅଘଟଣ ଘଟିଛି । ଏଠାରେ ଏକ ଇନଡୋର ଷ୍ଟାଡିୟମର ନିର୍ମାଣ ବେଳେ କାନ୍ଥ ଭୁଶୁଡି ତିନି ଜଣଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ଅନ୍ୟ ୧୦ ଜଣ ଆହତ ହୋଇଛନ୍ତି ।

ଦୁର୍ଘଟଣା ସୂଚନା ମିଳିବା ପରେ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚଛନ୍ତି । ଏହାପରେ ଉଦ୍ଧାରକାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି । ଭାଙ୍ଗି ପଡ଼ିଥିବା କାନ୍ଥର ଭଗ୍ନାବଶେଷକୁ ହଟାଯାଉଛି । ଖବର ଅନୁସାରେ ଯେଉଁ ଇନଡୋର ଷ୍ଟାଡିୟମର କାନ୍ଥ ଭୁଶୁଡ଼ିଛି, ତାହା ଏକ ପ୍ରାଇଭେଟ୍ ଷ୍ଟାଡିୟମ ଥିଲା ।

ପଢନ୍ତୁ: ମେସିନ୍‌ ଉପରେ ଭୁଶୁଡ଼ିଲା ମାଟି ଅତଡ଼ା, ପୁଣି ବାଧାପ୍ରାପ୍ତ ହେଲା ଉଦ୍ଧାରକାର୍ଯ୍ୟ

ରାଜେନ୍ଦ୍ରନଗର ଡିଏସପି ଜଗଦୀଶ୍ୱର ରେଡ୍ଡୀଙ୍କ ଅନୁସାରେ, ଘଟଣାସ୍ଥଳରୁ ଗୋଟିଏ ମୃତ ଦେହ ବାହାର କରାଯାଇଛି । ଉଦ୍ଧାରକାରୀ ଟିମ୍ ଭାଙ୍ଗି ପଡ଼ିଥିବା କାନ୍ଥ ତଳୁ ଅନ୍ୟ ମୃତ ଦେହଗୁଡ଼ିକୁ ବାହାର କରୁଛନ୍ତି । ଏହାଛଡା ଦୁର୍ଘଟଣାରେ ଆହତଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଉଦ୍ଧାରକାର୍ଯ୍ୟ ଜାରି ରହିଥିବା ଡିସିପି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.