scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବିଶ୍ୱାସ ନହେଲେ ବି ସତ: ଜଣେ ଲୋକର ତିନୋଟି କିଡନୀ, ଅଣ୍ଟା ବିନ୍ଧାର ଚିକିତ୍ସାରୁ ଏକ୍ସରେ ରିପୋର୍ଟ ଦେଖି ଡାକ୍ତର ତାଜୁବ

8/05/2020 at 7:53 PM

ବ୍ରାଜିଲ୍, ୦୮|୦୫:ବିଶ୍ୱାସ ନହେଲେ ବି ସତ । ଜଣେ ବ୍ୟକ୍ତିଙ୍କ ତିନୋଟି କିଡନୀ । ଜଣେ ବ୍ରାଜିଲ୍ ବ୍ୟକ୍ତି ନିଜର ଅଣ୍ଟା ବିନ୍ଧା ପାଇଁ ସିଟି ସ୍କାନ୍ କରିବା ପରେ ଏହି ସତ୍ୟ ସାମ୍ନାକୁ ଆସିଥିଲା । ଯାହାକୁ ଦେଖି ଡାକ୍ତରମାନେ ତାଜୁବ ହୋଇଯାଇଛନ୍ତି ।

ସୂଚନାନୁସାରେ, ବ୍ରାଜିଲର ଜଣେ ୩୮ ବର୍ଷୀୟ ବ୍ୟକ୍ତିଙ୍କ ଦୀର୍ଘ ଦିନ ହେବ ଅଣ୍ଟା ବିନ୍ଧା ହେଉଥିଲା । ସେ ଡାକ୍ତରଙ୍କ ପରାମର୍ଶ ପରେ ସାଓ ପାଓଲୋ ମେଡିକାଲରେ ଏକ୍ସରେ ଓ ସିଟି ସ୍କାନ କରିଥିଲେ । ବ୍ୟକ୍ତିଙ୍କର ସ୍ଲିପଡ୍ ଡିସ୍କ ଥିବା ଓ ଏହାସହ ସ୍ପାଇନାଲ୍ ଭରଟବ୍ରେରେ କିଛି ସମସ୍ଯା ଥିବା ଜଣାପଡିଥିଲା । 

ଡାକ୍ତରମାନେ ସେହି ସମୟରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଯେତେବେଳେ ବ୍ୟକ୍ତିଙ୍କ ଶରୀରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଥିଲା । ତାଙ୍କର ତିନୋଟି କିଡନୀ ରହିଥିଲା । ତାଙ୍କ ବାମ ପାର୍ଶ୍ୱରେ ଗୋଟିଏ କିଡନୀ ଥିବା ବେଳେ ଦକ୍ଷିଣ ପାର୍ଶ୍ୱରେ ଦୁଇଟି ଫ୍ୟୁଡ୍ କିଡନୀ ଥିଲା ।  ଦି ନ୍ୟୁ ଇଂଲଣ୍ଡ୍ ଜର୍ଣ୍ଣାଲ ଅଫ୍ ମେଡିସିନର ରିପୋର୍ଟରେ ଏହା ପ୍ରକାଶ ପାଇଛି ।

ଏହି କାରଣ ପାଇଁ ତାଙ୍କଠାରେ କୌଣସି ସମସ୍ୟା ଦେଖିବାକୁ ମିଳିନାହିଁ । ତାଙ୍କର ସମସ୍ତ ଅଙ୍ଗ ମଧ୍ୟ ଠିକସେ କାର୍ଯ୍ୟ କରୁଛି ।  କୁହାଯାଉଛି ଯେ, ଭୃଣର ବିକାଶ ସମୟରେ ଏପରି ସ୍ଥିତି ଉତ୍ପନ୍ନ ହୋଇଥାଏ । ତେବେରା ଏହାର କେଉଁ କାରଣରୁ ହୋଇଥାଏ ସେନେଇ କିଛି ପ୍ରମାଣ ନାହିଁ । କୌଣସି କାରଣରୁ ପରୀକ୍ଷା ପରେ ହିଁ ଏହା ଜଣାପଡିଥାଏ ।

   Related Posts