ବିମାନବନ୍ଦରରୁ ୩ କେଜି ସୁନା ଜବତ, ଡାମନ୍‌ରୁ ଆସୁଥିବା ଯାତ୍ରୀ ଗିରଫ

Published By : Prameya-News7 Bureau | July 31, 2020 IST

ହାଇଦ୍ରାବାଦ, ୩୧|୦୭: ହାଇଦ୍ରାବାଦ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ସୁରକ୍ଷାକର୍ମୀମାନେ ଏକ ବଡ ଧରଣର ସୁନା ଚୋରା କାରାବରର ପର୍ଦ୍ଦାଫାସ କରିଛନ୍ତି । ବନ୍ଦେ ଭାରତ ମିଶନରେ ଡାମନରୁ ହାଇଦ୍ରାବାଦ ଆସୁଥିବା ଜଣେ ଯାତ୍ରୀଙ୍କଠାରୁ ୩.୧୧ କେଜିର ସୁନା ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧.୬୬ କୋଟି ଟଙ୍କା ହେବ ।

ଯାତ୍ରୀଜଣଙ୍କ ସୁନାକୁ ନିଜ ପୋଷାକରେ ଲୁଚାଇ ଆଣୁଥିଲେ । ତେବେ ପୂର୍ବରୁ ସୁରକ୍ଷାକର୍ମୀଙ୍କୁ ଏ ବାବଦରେ ଜଣାଥିଲା । ସେମାନେ ସଂପୃକ୍ତ ଯାତ୍ରୀଙ୍କୁ ଅଟକାଇଥିଲେ । ଏହାପରେ ତାଙ୍କଠାରୁ ସୁନା ଉଦ୍ଧାର କରାଯାଇଛି ।

ସେହିପରି ଆଉ ଏକ ଘଟଣାକ୍ରମେ ବିମାନ ବନ୍ଦରରୁ ସିଆଇଏସଏଫ ଯବାନମାନେ ଏକ ଚୋରା ଚନ୍ଦନ କାଠ ରାକେଟର ପର୍ଦ୍ଦାଫାସ କରିଛନ୍ତି । ଏହି ଘଟଣାରେ ୫ଜଣଙ୍କୁ ଗିରଫ କରାଯିବା ସହ ୭୮.୫ କେଜିର ଚନ୍ଦନ କାଠ ଜବତ ହୋଇଛି । ଗିରଫ ଅଭିଯୁକ୍ତମାନେ ହାଇଦ୍ରାବାଦରୁ ଖାରତୁମ ଅଭିମୁଖେ ଯାଉଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.