ଦିଲ୍ଲୀରେ ୩ ସାମ୍ବାଦିକ କରୋନା ସଂକ୍ରମିତ, ୫୨୬ ଜଣଙ୍କ ରିପୋର୍ଟ ଆସିଲା ନେଗେଟିଭ

Published By : Prameya-News7 Bureau | April 29, 2020 IST

ନୂଆଦିଲ୍ଲୀ ୨୯।୪: ସାରା ବିଶ୍ବ କରୋନା ଭାଇରସ୍ ସହ ଲଢେଇ ଜାରି ରଖିଥିବା ବେଳେ ଦିଲ୍ଲୀ ପାଇଁ ଏକ ଖୁସି ଖବର । ଦିଲ୍ଲୀର ୫୨୬ ସାମ୍ବାଦିକଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଛି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ଏହା ଏକ ଖୁସିର ବିଷୟ ଯେ ୫୨୯ ଜଣ ସାମ୍ବାଦିକଙ୍କ ମଧ୍ୟରୁ କେବଳ ୩ ଜଣଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି । ଯେଉଁ ସାମ୍ବାଦିକମାନଙ୍କର ରେଜଲ୍ଟ ପଜିଟିଭ ଆସିଛି ସେମାନେ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ ବୋଲି କାମନା କରୁଛି ।

ଏହି ସମୟରେ ସ୍ବାସ୍ଥ୍ୟମନ୍ତ୍ରୀ ସତୀନ୍ଦର ଜୈନ କହିଛନ୍ତି ଯେ, ବର୍ତ୍ତମାନ ୩୩୧୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୨୦୬ଜଣଙ୍କ ରିପୋର୍ଟ ଗତକାଲି ଆସିଛି । ଗତକାଲି ୨୦୧ ଜଣ ଆରୋଗ୍ୟ ମଧ୍ୟ ହୋଇଛନ୍ତି । ଏପର୍ଯ୍ୟନ୍ତ ଦିଲ୍ଲୀରେ ୧୦୭୮ ଜଣ ଆରୋଗ୍ୟ ଲାଭ କରିଛନ୍ତି । ୫୩ ଜଣ ଆଇସିୟୁରେ ଏବଂ ୧୨ଜଣ ଭେଣ୍ଟିଲେଟରରେ ଅଛନ୍ତି । ସେ କହିଛନ୍ତି ଯେ ବର୍ତ୍ତମାନ ଯେଉଁମାନଙ୍କର କୌଣସି ଲକ୍ଷଣ ନାହିଁ କିମ୍ବା ସାମାନ୍ୟ ଲକ୍ଷଣ ଅଛି ସେମାନେ ଘରେ ଆଇସୋଲେସନରେ ରହିପାରିବେ । ଡାକ୍ତରଖାନା ଆସିବାର କୌଣସି ଆବଶ୍ୟକତା ନାହିଁ ।

ପ୍ଲାଜମା ଥେରାପି ଉପରେ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି, କେନ୍ଦ୍ର ସରକାର କହିଛନ୍ତି ଯେ ଏହା ବୈଷୟିକ କାର୍ଯ୍ୟ ଏବଂ ବର୍ତ୍ତମାନ ପରୀକ୍ଷାମୂଳକ ପର୍ଯ୍ୟାୟରେ ଅଛି । ଯେଉଁମାନଙ୍କର ଅନୁମତି ନାହିଁ, ସେମାନଙ୍କ ଉପରେ ଏହାର ପ୍ରୟୋଗ କରିବା ଉଚିତ୍ ନୁହେଁ ପ୍ରାରମ୍ଭିକ ପର୍ଯ୍ୟାୟରେ ଆଶାର ଆଲୋକ ଦେଖାଯାଇଛି । ଏମିତି ନହେଉ ଯେ ଯେଉଁମାନଙ୍କୁ ଅନୁମତି ଦିଆଯାଇନାହିଁ, ସେମାନେ ମଧ୍ୟ ଏହାକୁ ଆରମ୍ଭ କରନ୍ତୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.