ରାଜଧାନୀରୁ ଗିରଫ ହେଲେ ୩ କୁଖ୍ୟାତ ଆତଙ୍କବାଦୀ...

Published By : Prameya-News7 Bureau | January 09, 2020 IST

ନୂଆଦିଲ୍ଲୀ୯/୧: ରାଜଧାନୀ ଦିଲ୍ଲୀରୁ ଗିରଫ ହେଲେ ୩ କୁଖ୍ୟାତ ଆତଙ୍କବାଦୀ । ନୂଆଦିଲ୍ଲୀ ଓଜିରାବାଦ୍ ଅଞ୍ଚଳରେ କିଛି ଆତଙ୍କବାଦୀ ଆତ୍ମଗୋପନ କରିଥିବା ନେଇ ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିଥିଲା । ପରେ ଦିଲ୍ଲୀ ସ୍ୱତନ୍ତ୍ର ସେଲ୍  ପୁଲିସ୍ ର ଏକ ଟିମ୍  ସେମାନଙ୍କୁ ଗିରଫ କରିବା ପାଇଁ ଓଜିରାବାଦ ଅଞ୍ଚଳକୁ ଯାଇଥିଲା । ତେବେ, ପୁଲିସ୍  ସେମାନଙ୍କୁ ଗିରଫ କରିବାକୁ ଯିବାବେଳେ ପୁଲିସ୍  ସହିତ ସେମାନଙ୍କର ଏନ୍ କାଉଣ୍ଟର ହୋଇଥିଲା ।

କିନ୍ତୁ, ଦିଲ୍ଲୀରୁ ସ୍ୱତନ୍ତ୍ର ସେଲ୍  ପୁଲିସ୍  ଟିମ୍  ସେମାନଙ୍କୁ କାବୁ କରି ଗିରଫ କରିବାରେ ସମର୍ଥ ହୋଇଥିଲା । ଏମାନଙ୍କ ନିକଟରୁ ବିପୁଳ ମାତ୍ରାର ମାରଣାସ୍ତ୍ର ସହ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଆଇଏସ୍ ର କାଗଜପତ୍ର ରହିଛି । ଆସନ୍ତା ୨୬ ତାରିଖରେ ପାଳିତ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ପୂର୍ବରୁ ଦିଲ୍ଲୀରୁ ୩ ଆଇଏସ୍ ଆତଙ୍କବାଦୀଙ୍କ ଗିରଫ ଘଟଣା ପୁଲିସ୍ ପାଇଁ ଏବେ ଚିନ୍ତାର କାରଣ ପାଲଟିଛି । ଅନ୍ୟପଟେ ୩ ଆତଙ୍କବାଦୀ ଗିରଫ ହେବା ପରେ ଦିଲ୍ଲୀରେ ହାଇ ଆଲର୍ଟ ଜାରି କରାଯାଇଛି । ସମ୍ବେଦନଶୀଳ ସ୍ଥାନ ଗୁଡିକରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.