ରାସ୍ତାରେ ଥିବା ଗର୍ତ୍ତରେ ପଡି ୩ ବାଇକ୍ ଆରୋହୀ ଗୁରୁତର, ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | August 06, 2022 IST

ବୌଦ୍ଧ ୬।୮: ମୁଖ୍ୟ ରାସ୍ତାରେ ଉଠା ଜଳସେଚନ ବିଭାଗ କରିଥିବା ଗର୍ତ୍ତରେ ପଡି ୩ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଆଠମଲ୍ଲିକ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ତେନ୍ତୁଳିପଦରଠାରେ ଉଠା ଜଳସେଚନ ବିଭାଗ ପକ୍ଷରୁ ପାଇପ୍ ବିଛାଇବା ପାଇଁ ରାସ୍ତାର ଉପରେ ଗର୍ତ୍ତ ଖୋଳା ଯାଇଥିଲା । ତେବେ ଗର୍ତ୍ତ ଖୋଳି ବିଭାଗ ପାଇପ୍ ବିଛାଇ ନଥିବା ବେଳେ ଅନେକ ସମୟରେ ଏଠାରେ ଛୋଟ ବଡ଼ ଦୁର୍ଘଟଣା ଘଟିଥିବା ନଜିର ରହିଛି ।

ତେବେ ଶନିବାର ସୁକପାଲି ଗ୍ରାମର ସତ୍ୟ ନାରାୟଣ ପ୍ରଧାନଙ୍କ ସମେତ ତାଙ୍କର ଦୁଇ ଜଣ ବନ୍ଧୁ ହରଭଙ୍ଗା ଯାଉଥିବା ବେଳେ ବାଇକଟି ସେହି ଗର୍ତ୍ତରେ ପଡିଯାଇଥିଲା । ଫଳରେ ସମସ୍ତଙ୍କ ଗୋଡ ହାତରେ ଆଘାତ ଲାଗିବା ସହିତ ଦୁଇ ଜଣ ଅଚେତ ହୋଇପଡ଼ିଥିଲେ । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ସମସ୍ତ ଆମ୍ବୁଲାନ୍ସ ଯୋଗେ ଆଠମଲ୍ଲିକ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ଅନ୍ୟପଟେ ହରଭଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.