ବୌଦ୍ଧ ୧୫/୦୮: ବୌଦ୍ଧ ଜିଲ୍ଲାରେ ଲଘୁଚାପ ଜନିତ ବର୍ଷା ଅନବରତ ଭାବେ ଲାଗି ରହିଛି । ଫଳରେ ମହାନଦୀରେ ବଡ଼ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ନିଜ କ୍ୟାମ୍ପ ରେ ମେଗା ପ୍ରକଳ୍ପର ୩ ଇଞ୍ଜିନିୟର ଫସିଲେ ବନ୍ୟାପାଣିରେ । ହରଭଙ୍ଗା ବ୍ଲକ କୁସଙ୍ଗ ପଞ୍ଚାୟତ ର ତୀରଡ ମେଘା ପ୍ରକଳ୍ପ ରେ କାମ କରୁଥିବା ୩ ଇଞ୍ଜିନିଅର ମହାନଦୀର କରାଳ ବନ୍ୟାରେ ଫସି ରହିଥିଲେ। ଉଦ୍ଧାର କଲା ଚାରିଛକ ଅଗ୍ନିଶମ ବାହିନୀ ।
ସୂଚନା ଅନୁଯାୟୀ ହରଭଙ୍ଗା ବ୍ଲକ କୁସଙ୍ଗ ପଞ୍ଚାୟତ ର ତୀରଡ ମହାନଦୀ କୂଳରେ ନିର୍ମାଣାଧୀନ ମେଘା ପ୍ରକଳ୍ପ ର ୩ ଜଣ ଇଞ୍ଜିନିୟର ଗତକାଲି ରାତି ରେ ପ୍ରବଳ ବର୍ଷା ଯୋଗୁଁ ନିଜ କ୍ୟାମ୍ପ ରୁ ବାହାରି ପାରି ନଥିଲେ । ଦେଖୁ ଦେଖୁ ବନ୍ୟା ପାଣି ମାଡ଼ି ଯିବାରୁ ୩ ଜଣ ବନ୍ୟାପାଣି ଘେରରେ ଫସି ରହିଥିଲେ ।
ସେପଟେ ଖବର ପାଇ ଚାରିଛକ ସ୍ଥିତ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ରାତି ସାରା ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ ପ୍ରବଳ ବର୍ଷ ଯୋଗୁଁ ଉଦ୍ଧାର କାର୍ଯ୍ୟ ରେ ବାଧାପ୍ରାପ୍ତ ସୃଷ୍ଟି ହୋଇଥିଲା ତେବେ ଆଜି ସକାଳୁ ୩ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।