ଏସିଆ ଦାନବୀରଙ୍କ ମଧ୍ୟରେ ୩ ଭାରତୀୟ, ୬୦ ହଜାର କୋଟି ସହ ଶୀର୍ଷରେ ଆଦାନୀ

Published By : Prameya-News7 Bureau | December 08, 2022 IST

ନୂଆଦିଲ୍ଲୀ ୦୮/୧୨: ଫୋର୍ବସ ପକ୍ଷରୁ ପ୍ରକାଶ ପାଇଛି ଏସିଆର ସବୁଠୁ ଦାନୀ ବ୍ୟକ୍ତିଙ୍କ ତାଲିକା । ଏଥିରେ ଭାରତର ଗୌତମ ଆଦାନି, ଶିବ ନାଦାର ଏବଂ ଅଶୋକ ସୁତା ରହିଛନ୍ତି । ଏହା ସହ ମାଲେସିଆରେ ଅବସ୍ଥାପିତ ଭାରତୀୟ ବ୍ୟବସାୟୀ ବ୍ରହ୍ମାଲ ବାସୁଦେବନ ଏବଂ ଓକିଲ ପତ୍ନୀ ଶାନ୍ତି କାଣ୍ଡିଆଙ୍କ ନାମ ମଧ୍ୟ ଏହି ତାଲିକାରେ ପ୍ରକାଶ ପାଇଛି । ସେମାନେ ଭାରତ ଏବଂ ମାଲେସିଆରେ ପରୋପକାର କ୍ଷେତ୍ରରେ ଖର୍ଚ୍ଚ କରୁଛନ୍ତି ।

୬୦ ହଜାର କୋଟି ଟଙ୍କା ଖର୍ଚ୍ଚ ସହ ଏହି ତାଲିକାର ଶୀର୍ଷରେ ଆଦାନି ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନି ରହିଛନ୍ତି । ଚଳିତ ବର୍ଷ ସେ ୬୦ ବର୍ଷରେ ପଦାର୍ପଣ କରିବା ସହ ୬୦ ହଜାର କୋଟି ଟଙ୍କା ସାମାଜିକ ହିତରେ ଖର୍ଚ୍ଚ କରୁଥିବା କହିଥିଲେ । ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ଏହି ଅର୍ଥ ଖର୍ଚ୍ଚ ହେଉଛି । ଏଚ୍‌ସିଏଲ୍‌ ଟେକ୍ନୋଲୋଜି ଏବଂ ଶୀବ ନାଦାର ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ସେବା ନିବୃତ ଅଧ୍ୟକ୍ଷ ୭୦ ବର୍ଷୀୟ ଶୀବ ନାଦାର ୧୧,୬୦୦ କୋଟି ଟଙ୍କା ଦାନ କରିଛନ୍ତି ।

ଏହି ଅର୍ଥରେ ବିଭିନ୍ନ ସ୍କୁଲ ଏବଂ କଲେଜ ପ୍ରତିଷ୍ଠା ହେଉଛି । ହାପିଏଷ୍ଟ ମାଇଣ୍ଡର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ୮୦ ବର୍ଷୀୟ ଅଶୋକ ସୁତା ଚିକିତ୍ସା ଅନୁସନ୍ଧାନ ପାଇଁ ଟ୍ରଷ୍ଟକୁ ୬୦୦ କୋଟି ଟଙ୍କା ଦାନ କରିଛନ୍ତି । ୨୦୨୧ରେ ସେ ଏହି ଟ୍ରଷ୍ଟକୁ ବନାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.