ଜୟପୁର ୨୭/୧ : ଭାରତ ଏକ ଗଣତାନ୍ତ୍ରିକ ଦେଶ | ଦେଶର ନିଜର ଏକ ସମ୍ବିଧାନ ରହିଛି | ଏହି ସମ୍ବିଧାନରେ ଭାରତୀୟଙ୍କ ପାଇଁ ଆଇନ ଲିପିବଦ୍ଧ ହୋଇ ରହିଛି | ଏହି ଆଇନକୁ ମାନିବା ସବୁ ଭାରତୀୟଙ୍କ କର୍ତ୍ତବ୍ୟ | ଭାରତୀୟ ସମ୍ବିଧାନରେ ଏମିତି କିଛି ଆଇନ ରହିଛି ଯାହା ଶୁଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ |
୧. ଏକାକୀ ପୁରୁଷ : ଏହି ଆଇନ ଅନୁସାରେ, କୌଣସି ଏକାକୀ ପୁରୁଷ ଦତ୍ତ ସନ୍ତାନ ଗ୍ରହଣ କରିପାରିବେନାହିଁ | ଭାରତ ସରକାର ବହୁତ ଚିନ୍ତା କରି ଏହି ନିୟମ ତିଆରି କରିଛନ୍ତି | ଭବିଷ୍ୟତରେ ଦତ୍ତ ସନ୍ତାନଟିର କୌଣସି ଆସୁବିଧା ନହେଉ ବୋଲି ଏକାକୀ ପୁରୁଷଙ୍କ ପାଇଁ ଏହି ପ୍ରତିବନ୍ଧକ ଲଗାଯାଇଛି ।
୨. ୨୧ ବର୍ଷ ବୟସ : ଭାରତୀୟ ସମ୍ବିଧାନ ଅନୁସାରେ କୌଣସି ଯୁବକ ୨୧ ବର୍ଷ ବୟସ ପୂର୍ବରୁ ବିବାହ କରି ପାରିବେନାହିଁ | ୨୧ ବର୍ଷ ବୟସ ପୂର୍ବରୁ ଯୁବକ ବିବାହ କଲେ ନିଜେ କାର୍ଯ୍ୟକ୍ଷମ ହୋଇନଥାଏ ଏବଂ ପରିବାର ସମ୍ଭାଳିବା ଦାୟିତ୍ୱ ଆସିନଥାଏ ବୋଲି ସମ୍ବିଧାନ ଏଭଳି ଆଇନ ତିଆରି କରିଛନ୍ତି |
୩. ଯୁବକ ଓ ଯୁବତୀ : ଭାରତୀୟ ସମ୍ବିଧାନ ଅନୁସାରେ ଯଦି ଆପଣଙ୍କ ନିଜର ପୁଅ ଅଛି ତାହେଲେ ଆପଣ ଆଉ ପୋଷ୍ୟପୁତ୍ର ଗ୍ରହଣ କରିପାରିବେନାହିଁ | ଯଦି ଆପଣଙ୍କର ପୂର୍ବରୁ ଝିଅ ଅଛି ତାହେଲେ ଆପଣ ଆଉ ପୋଷ୍ୟକନ୍ୟା ଗ୍ରହଣ କରିପାରିବେନାହିଁ | ଯଦି ଆପଣଙ୍କର ପୁଅ ଅଛି ତାହେଲେ ଆପଣ ପୋଷ୍ୟକନ୍ୟା ଗ୍ରହଣ କରିପାରିବେ ଏବଂ ଯଦି ଝିଅ ତାହେଲେ ପୋଷ୍ୟପୁତ୍ର ଗ୍ରହଣ କରିପାରିବେ | ଏହି ନିୟମ ମଧ୍ୟ ବହୁତ ଭାବି ବିଚାରି ତିଆରି କରାଯାଇଛି |