ମାଡିଗଲା ବଲୋରୋ: ୨ ମହିଲାଙ୍କ ସମେତ ୩ ମୃତ, ୨ ଆହତ, ଥାନାରେ ଡ୍ରାଇଭର ଅଟକ
14/01/2019 at 7:42 PM

ସୁନ୍ଦରଗଡ୧୪|୧: ସୁନ୍ଦରଗଡ ଲେଫ୍ରିପଡା ତେଲେନ ଡିହିରେ ବଲେରୋ ମାଡିଯାଇ ତିନିଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୨ଜଣ ମହିଳା ରହିଛନ୍ତି । ରାସ୍ତାକଡ ଚର୍ଚ୍ଚ ନିକଟରେ ଘଟିଛି ଏହି ଦୁର୍ଘଟଣା । ଚର୍ଚ୍ଚରେ ଏକ ବିବାହ ପାଇଁ ଚାଲିଥିବାବେଳେ ସେଠାରେ ଲୋକଙ୍କ ଉପରକୁ ବଲେରୋ ମାଡିଯାଇଥିଲା । ଦୁର୍ଘଟଣାପରେ ସଂପୃକ୍ତ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଛି ।

ବଲେରୋ ଡ୍ରାଇଭରକୁ ଥାନାରେ ଅଟକ ରଖାଯାଇଛି ।ଆହତମାନଙ୍କୁ ସୁନ୍ଦରଗଡ ହସପିଟାଲରେ ଭର୍ତ୍ତି କରାଯାଇଛି । ମୃତକମାନଙ୍କୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ରାସ୍ତା ରୋକ କରିଛନ୍ତି ।

Related Posts
ବାଇକ୍ ଡିକି ଭାଙ୍ଗି ଟଙ୍କା ଓ ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
3 February 2023