‘3 Idiots’ ଫେମ୍ ଅଖିଲ୍ ମିଶ୍ରାଙ୍କ ଦେହାନ୍ତ, ବିଲ୍ଡିଂରୁ ପଡି ଗଲା ଜୀବନ
21/09/2023 at 1:09 PM

ମୁମ୍ଵାଇ ୨୧।୦୯: ଅମୀର ଖାନଙ୍କ ଫିଲ୍ମ 3ଇଡିଅଟ୍ସରେ ଲାଇବ୍ରେରିଆନ୍ ଦୁବେଙ୍କ ଭୂମିକାରେ ଅଭିନୟ କରି ଅଭିନେତା ଅଖିଲ ମିଶ୍ରଙ୍କ ଦେହାନ୍ତ ହୋଇଛି। ରିପୋର୍ଟ ଅନୁଯାୟୀ, କାମ କରୁଥିବା ସମୟରେ ବିଲଡିଂରୁ ଖସି ପଡ଼ିବା ପରେ ଅଭିନେତାଙ୍କର ମୃତ୍ୟୁ ହୋଇଥିଲା। ଅଖିଲ ମିଶ୍ରଙ୍କ ଆକସ୍ମିକ ଦେହାନ୍ତ ଖବର ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି। ପ୍ରଶଂସକମାନେ ଏହି ଖବରକୁ ବିଶ୍ୱାସ କରିପାରୁ ନାହାନ୍ତି।
ରିପୋର୍ଟ ଅନୁଯାୟୀ, ଅଭିନେତା ହାଇଦ୍ରାବାଦରେ ଏକ ପ୍ରୋଜେକ୍ଟ ପାଇଁ ସୁଟିଂ କରୁଥିଲେ। ସେ ବାଲକୋନି ନିକଟରେ କାମ କରୁଥିବା ସମୟରେ ଏକ ଉଚ୍ଚ କୋଠାରୁ ଖସିପଡିଥିଲେ। ଅଖିଲଙ୍କ ପରିବାରରେ ତାଙ୍କ ପତ୍ନୀ ସୁଜେନ ବର୍ନର୍ଟ ଅଛନ୍ତି। ଯିଏକି ଜଣେ ଜର୍ମାନ ଅଭିନେତ୍ରୀ। ଯେତେବେଳେ ଅଖିଲ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ସେତେବେଳେ ସେ ହାଇଦ୍ରାବାଦରେ ଥିଲେ। ସେ କହିଛନ୍ତି ଯେ ମୋର ହୃଦୟ ଭାଙ୍ଗି ଯାଇଛି, ମୋ ଜୀବନ ସାଥୀ ଚାଲିଯାଇଛନ୍ତି।
ଅଖିଲ ଅନେକ ଟିଭି ଶୋ ଏବଂ ଚଳଚ୍ଚିତ୍ର କରିଥିଲେ
ଅଖିଲ ଟିଭିରେ ଅନେକ ଶୋ’ରେ ମଧ୍ୟ କାମ କରିଛନ୍ତି । ଅଖିଲ ଅନେକ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ। ସେ ‘ଡନ୍’, ‘ଗାନ୍ଧୀ’, ‘ମାଇ ଫାଦର ‘, ‘ଶିଖର’, ‘କମଲା କି ମୌତ’, ‘ୱେଲ୍ ଡନ୍ ଅବ୍ବା ‘ ଭଳି ଚଳଚ୍ଚିତ୍ରରେ ଅନେକ ଭୂମିକା ଗ୍ରହଣ କରିଥିଲେ। ହେଲେ ୩ ଇଡିୟଟ୍ସରୁ ଅଖିଲଙ୍କୁ ବହୁ ଲୋକପ୍ରିୟତା ମିଳିଥିଲା । ଏହି ଚଳଚ୍ଚିତ୍ରରେ ଅମୀର ଖାନ, ଶର୍ମାନ ଯୋଶୀ, କରୀନା କପୁର ଖାନ, ଆର ମାଧବନ, ବୋମାନ ଇରାନୀ ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।