ଦିନ ଦ୍ୱିପ୍ରହରରେ ୩ ଜଣଙ୍କ ଘରେ କଳାକନା ବୁଲାଇଲେ ଲୁଟେରା, ଲୁଟି ନେଲେ ଲକ୍ଷ ଲକ୍ଷ ଟଙ୍କା ସହ ସୁନା ଗହଣା

Published By : Prameya-News7 Bureau | August 08, 2022 IST

ପାଟଣା,୦୮।୦୮: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଝାରବେଡା ଓ କଣ୍ଟିଆପଡା ଗ୍ରାମରେ ଦିନ ଦ୍ୱିପ୍ରହରରେ ୩ ଜଣଙ୍କ ଘରେ  ଲୁଟେରା ମାନେ କଳାକନା ବୁଲାଇଛନ୍ତି । ଝାରବେଡା ଗ୍ରାମର ରଜତ ବେହରାଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ନଗଦ ୫୫ ହଜାର ଟଙ୍କା ଲୁଟିନେଇଛନ୍ତି ଲୁଟେରା । ଏଥି ସହ କଣ୍ଟିଆ ପଡା ଗ୍ରାମର ଯଶବନ୍ତ ନାଏକଙ୍କ ଘରୁ ସୁନା ଗହଣା ଏବଂ ତପନ ନାଏକଙ୍କ ଘରୁ ନଗଦ ୨୫ ହଜାର ଟଙ୍କା ସହ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟିନେଇଛନ୍ତି ଲୁଟେରା।

ଘର ଲୋକ ଚାଷ କାମ ପାଇଁ ବିଲକୁ ଯାଇଥିବା ସମୟରେ ଘରର ଗ୍ରୀଲ ଭାଙ୍ଗି ଘରେ ପଶି ବାକ୍ସକୁ ଭାଙ୍ଗି ବାକ୍ସରୁ ସୁନା ଓ ଟଙ୍କା ଲୁଟିନେଇଛନ୍ତି ଲୁଟେରା । ଖବର ପାଇ ଘଟଣା ସ୍ଥଳରେ ତୁରୁମୁଙ୍ଗା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତୁରୁମୁଙ୍ଗା ଥାନା ଅଞ୍ଚଳରେ ଦିନ ବେଳେ ବାରମ୍ବାର ଚୋରି ହେଉଥିବାରୁ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ରହୁଛନ୍ତି। ଖୁବ ଶୀଘ୍ର ଲୁଟେରାଙ୍କୁ ଧରିବା ପାଇଁ ସାଧାରଣରେ ଦାବି ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.