Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସିନ୍ଧେକେଲା ଥାନା ଆଇଆଇସି ଗିରଫ, ୨୫ ହଜାର ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ
  • ||
  • ଧର୍ମଗଡ: ଭାରସାମ୍ୟ ହରାଇ ଗଛରେ ପିଟିଲା ମିନିଟ୍ରକ, ଦୁର୍ଘଟଣାରେ ଜଣେ ମୃତ
  • ||
  • ଜାଡ଼ରେ ଥରୁଛି ରାଜ୍ୟ, କୋରାପୁଟରେ ତଳକୁ ଖସିଲା ପାରଦ
  • ||
  • ମୋହନା: ଗୋଷ୍ଠୀ କେନ୍ଦ୍ର ପଛପଟେ ପଡ଼ିଛି କୁଢ଼ କୁଢ଼ ଔଷଧ, ବୈଧତା ଥାଇ ବି ଫୋପାଡିଦେଲେ
  • ||
  • ପାଟଣା ରେଞ୍ଜରେ ଘୁରି ବୁଲୁଛନ୍ତି ହାତୀପଲ, ଧାନ ଫସଲ ନଷ୍ଟ ସହ ଖାଇଗଲେ ଶହ ଶହ ଧାନ ବିଡା
  • ||
  • ନିଶ୍ଚିତକୋଇଲି: ବିଳମ୍ବିତ ରାତିରେ ମାତିଲେ ଡକାୟତ, ଚୋରି କରିବାକୁ ଆସି ନେଇଗଲେ ଜୀବନ
  • ||

ରୋଷେଇ ଘରୁ ନିଆଁ ଲାଗି ଜଳିଗଲା ଘର: ୩ ଆହତ, ଅଳ୍ପକେ ବର୍ତ୍ତିଗଲେ ଶିଶୁ

23/08/2021 at 9:47 AM

ଚଣ୍ଡିଖୋଲ୨୩/୦୮: ଅଗ୍ନିକାଣ୍ଡରେ ଜଳିଗଲା ୩ ବଖରା ଘର । ତେବେ ଏହି ଅଗ୍ନିକାଣ୍ଡରେ ୩ ଶିଶୁ ଆହତ ହୋଇଛନ୍ତି । ଘଟଣା ଘଟିଛି ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ସମିଆ ପଂଚାୟତରେ । ପୁର୍ଣଚନ୍ଦ୍ରପୁର ଗ୍ରାମର ମୀରା ନାୟକଙ୍କ ଚାଳ ଘରେ ନିଆଁ ଲାଗି ଯାଇଥିବା ବେଳେ ଘରେ ଥିବା ସମସ୍ତ ଆସବାବ ପତ୍ର ଜଳିଯାଇଛି । ୩ ବଖରା ଘର ଜଳି ଭସ୍ମୀଭୂତ ହୋଇଯାଇଛି ।

ଘରେ ଦୁଇ ଜଣ ଶିଶୁ ରହି ଯାଇଥିବା ବେଳେ, ପରିବାର ଲୋକ ଘର ଭିତରକୁ ଉଦ୍ଧାର କରିବାକୁ ଯାଇ ତିନି ଜଣ ନିଆଁରେ ଆହତ ହୋଇଛନ୍ତି । ଆହତଙ୍କୁ ବଡ଼ଚଣା ମେଡିକାଲରେ ଭର୍ତ୍ତି କରାଯାଇଛି । ରୋଷେଇରୁ ନିଆଁ ଲାଗି ଘର ଜଳି ଯାଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ନିଆଁରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଦୁଇ ଜଣ ଶିଶୁ । ତିନି ଆହତଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି ।

   Related Posts