ପାଟକୁରା ନିର୍ବାଚନ: ତିନି ଦଳ ଆଜି ପ୍ରକାଶ କଲେ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା , ଶ୍ରୀକାନ୍ତ ଜେନା ଖେଳିଲେ ଗୁଗଲି, ଅରୁଣ ସିଂ କହିଲେ ବିଜେଡି ବାଣ୍ଟୁଛି ଟଙ୍କା
11/07/2019 at 6:07 PM

ଭୁବନେଶ୍ବର୧୧|୭: ପାଟକୁରା ନିର୍ବାଚନକୁ ଆଉ ମାତ୍ର ୮ ଦିନ । ପାଟକୁରା ହାତଇେବାକୁ ବ୍ଲକୱାରୀ ଅଙ୍କ କଷିଲେଣି ନେତାଏ। ଗରଦପୁର, ମାର୍ଶାଘାଇ ଏବଂ ଡେରାବିଶ ବ୍ଲକ୍ରୁ ଡେରାବିଶ ବ୍ଲକ୍କୁ ଫୋକସ କରିଛନ୍ତି ତିନି ଦଳ । ଏହି ବ୍ଲକର ଭୋଟକୁ ହାତେଇ ପାରିଲେ ପାଟକୁରା ହାତେଇବା ସହଜ ହେବ। ଏପଟେ ପ୍ରଚାର ପାଇଁ ତିନି ଦଳ ଆଜି ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ

ପାଟକୁରା ହାତେଇବାକୁ ଫାଶ ବାନ୍ଧିଲେଣି ତିନି ଦଳ। ବିଜେଡି, ବିଜେପି ଓ କଂଗ୍ରେସର ଫୋକସରେ ଏବେ ଡେରାବିଶ ବ୍ଲକ। କାରଣ ପାଟକୁରା ନିର୍ବ।ଚନ ମଣ୍ଡଳୀରେ ମୋଟ ୫୧ ଗୋଟି ପଞ୍ଚାୟତରୁ ଡେରାବିଶ ବ୍ଲକରେ ୨୬ ଟି ପଞ୍ଚାୟତ ରହିଛି। ଏଠାରେ ଭୋଟରଙ୍କ ସଂଖ୍ୟା ପ୍ରାୟ ୧ ଲକ୍ଷ ୨୦ ହଜାରରୁ ଅଧିକ। ୧୦ଟି ପଞ୍ଚାୟତରେ ସଂଖ୍ୟାଲଘୁ ଭୋଟରଙ୍କ ଆଖିଦୃଶିଆ ଭାଗ ରହିଛି। ଏହି ଭୋଟରଙ୍କୁ ନିଜ ଆଡକୁ ଟାଣିବା ପାଇଁ ଆରମ୍ଭ ହୋଇଯାଇଛି ଉଦ୍ୟମ । ସେଥିପାଇଁ ବିଜେଡି ତାର ଦୁଇ ଅଭିଜ୍ଞ ନେତା ବିଧାୟକ ସଂଜୟ ଦାଶବର୍ମ। ଓ ମନ୍ତ୍ରୀ ଅରୁଣ ସାହୁଙ୍କୁ ଡେରାବିଶ ଦାୟିତ୍ବ ଦେଇଛି। ବିଜେପି ମଧ୍ୟ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ରାଲି ଡେରାବିଶ ବ୍ଲକରେ କରିଥିଲା । ଏପଟେ କଂଗ୍ରେସ ମଧ୍ୟ ଡେରାବିଶ ବ୍ଲକକୁ ଫୋକସ କରିଛି।

ଆଜି ତିନି ଦଳ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛନ୍ତି । ବିଜେଡି ମୁଖ୍ୟମନ୍ତ୍ରୀଙ୍କୁ ଶେଷ ପର୍ଯ୍ୟାୟରେ ମଇଦାନକୁ ଓହ୍ଲାଇବ । କଂଗ୍ରେସ ପ୍ରଚାର ମଙ୍ଗ ଶନିବାର ଠାରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଧରିବେ। ବିଜେପି କେନ୍ଦ୍ରମନ୍ତ୍ରୀଙ୍କୁ ପର୍ଯ୍ୟାୟ କ୍ରମେ ମଇଦାନକୁ ଛାଡିବ। ପାଟକୁରା ନିର୍ବାଚନ ପାଇଁ ବିଜେପି ବିଜେଡି ମିଶି ସାରିଥିବା ଶ୍ରୀକାନ୍ତ ଜେନା ଗୁଗଲି ଫିଙ୍ଗିଛନ୍ତି। ତାଙ୍କୁ ଭୋଟ ନଦେଇ ସ୍ବାଧୀନ ପ୍ରାର୍ଥୀକୁ ଭୋଟ ଦେବାକୁ କହିଛନ୍ତି। ସେପଟେ ବିଜେପି ପ୍ରଭାରୀ ଅରୁଣ ସିଂହ କହିଛନ୍ତି ବିଜେଡି ସିଧାସଳଖ ଟଙ୍କା ବାଣ୍ଟି ଭୋଟ ହାତେଇବାକୁ ଚେଷ୍ଟା କରିଛି।

ପାଟକୁରା ପାଇଁ ତିନି ଦଳ ନିଜ ନିଜ ରଣ ନୀତିରେ ପ୍ରଚାର କରୁଛନ୍ତି । କେଉଁ ବ୍ଲକକୁ ଅଧିକ ଫୋକସ କଲେ ଫାଇଦା ମିଳିବ ତାର ଅଙ୍କ କଷୁଛନ୍ତି ।

