ଭାବି ସ୍ବାମୀଙ୍କ ୩ ବନ୍ଧୁ ପାଲଟି ଗଲେ ସଇତାନ: ସାହାଯ୍ୟ କରିବାକୁ ଆସି ଯୁବତୀଙ୍କୁ ଗଣଦୁଷ୍କର୍ମ

Published By : Prameya-News7 Bureau | February 21, 2020 IST

ବୁଲନ୍ଦସହର୨୧/୧: ବିଶ୍ବାସରେ ବିଷ ଦେଲେ ସାଙ୍ଗ। ଭାବି ସ୍ବାମୀଙ୍କ ତିନିଜଣ ସାଙ୍ଗ ଯୁବତୀଙ୍କୁ ଗଣଦୁଷ୍କର୍ମ କରିଛନ୍ତି। ଟ୍ରେନ ଯାତ୍ରା କରିବା ବେଳେ ଯୁବତୀ ଅସୁବିଧାରେ ପଡ଼ିଥିଲେ। ତାଙ୍କୁ ସାହାଯ୍ୟ କରିବା ପାଇଁ ତାଙ୍କ ଭାବି ସ୍ବାମୀଙ୍କ ତିନିଜଣ ସାଙ୍ଗ ଟ୍ରେନରେ ପହଞ୍ଚି ଥିଲେ। ହେଲେ ସାହାଯ୍ୟ କରିବା ବଦଳରେ ତିନି ଯୁବକ ପାଲିଟି ଯାଇଥିଲେ ସଇତାନ। ତିନିଜଣ ମିଶି ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିଲେ। ଏହା ପରେ ପୋଲିସ୍‌ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଉତ୍ତର ପ୍ରଦେଶର ବୁଲନ୍ଦସହରରେ ଏଭଳି ଅଭାବନୀୟ ଘଟଣା ଘଟିଛି।

ପୋଲିସ୍‌ର ସୂଚନା ମୁତାବକ ବୁଲନ୍ଦସହରର ଜନପତର କକୋଡ୍‌ ଥାନା ଅଞ୍ଚଳର ଅରନିୟା ଗାଁର ବାସିନ୍ଦା ହେଉଛନ୍ତି ପୀଡ଼ିତା। କିନ୍ତୁ ସେ ଗାଜିଆବାଦରେ ରହନ୍ତି। ବୁଧବାରରେ ଅରନିୟାରୁ ଗାଜିଆବାଦ ଅଭିମୁଖେ ଯୁବତୀ ଟ୍ରେନରେ ଯାଉଥିଲେ। ସିଟ୍‌କୁ ନେଇ ଯୁବତୀ ଓ ଅନ୍ୟ ଯାତ୍ରୀଙ୍କ ମଧ୍ୟରେ ପାଟତୁଣ୍ଡ ହୋଇଥିଲା। ଏହା ପରେ ଯୁବତୀ ତାଙ୍କ ଭାବି ସ୍ବାମୀଙ୍କୁ ଫୋନ କରି ଘଟଣା ସଂପର୍କରେ ଜଣାଇଥିଲେ। ଏହା ପରେ ଯୁବତୀଙ୍କ ଭାବି ସ୍ବାମୀ ସାହାଯ୍ୟ ଲାଗି ତାଙ୍କ ତିନିଜଣ ସାଙ୍ଗଙ୍କୁ  କଲ କରିଥିଲେ।

ତେବେ ପୀଡ଼ିତାଙ୍କ ଭାବି ସ୍ବାମୀ ତିନିଜଣ ସାଙ୍ଗ ଯୁବତୀଙ୍କୁ ବାଇକରେ ବସାଇ ନେଇ ଯାଇଥିଲେ। କିଛି ବାଟ ଗଲା ପରେ ତିନିଜଣ ଅଭିଯୁକ୍ତ ମିଶି ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିଲେ। ଏହି ଘଟଣା ପରେ ପୀଡ଼ିତା ଅଭିଯୁକ୍ତଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ। ବୁଲନ୍ଦସହରର ଏସ୍‌ଏସ୍‌ପି ସନ୍ତୋଷ କୁମାର ସିଂହ କହିଛନ୍ତି ଯେ ଅଭିଯୁକ୍ତକୁ ଗିରଫ କରାଯାଇଛି। ଏହି ଘଟଣାରେ ନିରପେକ୍ଷ ତଦନ୍ତ କରାଯିବ ବୋଲି ସିଂହ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.