ଆଠଗଡ ୦୯/୦୮: ଲଗାଣ ବର୍ଷାରେ ମହାନଦୀର ଜଳସ୍ତର ବୃଦ୍ଧି ପାଇଛି । ଯାହଫଳରେ ତିଗିରିଆ ବ୍ଲକ୍ର ଖଣ୍ଡହତା ଗାଁରୁ ସୋମପଡା ଗାଁକୁ ଯୋଗ କରୁଥିବା ବଡବନ୍ଧିଆଣି ରାସ୍ତା ସହ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ଏହି ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି ।
ରାସ୍ତା ଉପରେ ୨ ଫୁଟର ବନ୍ୟାଜଳ । ଏକର ଏକର ଚାଷ ଜମି ଜଳମଗ୍ନ ହୋଇଛି । ଫୁଲୁଛି ମହାନଦୀ । ଫଳରେ ବାଙ୍କୀର ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିଛି । ରାସ୍ତାରେ ୪ ପୁଟର ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ସେହି ଅଞ୍ଚଳରେ ହେକ୍ଟର ହେକ୍ଟର ଚାଷଜମି ଜଳମଗ୍ନ ହେଇଛି । ବର୍ତ୍ତମାନ ମହାନଦୀରେ ଜଳସ୍ତର ବୃଦ୍ଧି ପାଉଥିବା ବେଳେ ମୁଣ୍ଡଳୀରେ ମଧ୍ୟ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ୫ ଲକ୍ଷ ୯୬ ହଜାର ଘନପୁଟରେ ପହଁଚିଲାଣି ଜଳସ୍ତର । ବର୍ତ୍ତମାନ ମୁଣ୍ଡଳୀ ଉପର ଭାଗରେ ୮୯.୨୦ ଓ ତାଳଭାଗରେ ୮୭.୦୦ ପୁଟ ଜଳସ୍ତର ରହିଛି । ବିପଦ ସଂକେତ ତଳେ ପ୍ରବାହିତ ମହାନଦୀର ଜଳସ୍ତର ।