ଲଗାଣ ବର୍ଷାରେ ବାସହରା ହେଲେ ୩ ପରିବାର; ମିଳୁନି ପ୍ରଶାସନିକ ସହାୟତା
21/08/2022 at 4:57 PM

ଫୁଲବାଣୀ ୨୧/୦୮: ବର୍ତ୍ତମାନ ହେଉଥିବା ଲଘୁଚାପ ଜନିତ ବର୍ଷା ପାଇଁ କନ୍ଧମାଳ ଜିଲ୍ଲାର ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ତହସିଲ ଅନ୍ତର୍ଗତ ସଖିପଡ଼ା ବେହେରା ସାହିର ରାଜେନ୍ଦ୍ର ବେହେରା, ରାଧୁ ବେହେରା, ସୁଜିତ ବେହେରାଙ୍କ ଘର ଲଗାଣ ବର୍ଷା ଯୋଗୁ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଫଳରେ ସେମାନେ ଏବେ ବାସହରା ହୋଇ ଅନ୍ୟମାନଙ୍କ ଘରେ ଆଶ୍ରୟ ନେଉଛନ୍ତି।
ଏହି ତିନି ପରିବାର ଅସୁବିଧାରେ ଥିବାବେଳେ ତାଙ୍କୁ କୌଣିସି ସହାୟତା ମିଳିପାରିନାହିଁ। ଏହି ବନ୍ୟା ବିପନ୍ନମାନଙ୍କ ପାଖରେ ସ୍ଥାନୀୟ ପ୍ରଶାସନ ମଧ୍ୟ ପହଞ୍ଚି ପାରିନାହିଁ l ବର୍ଷା ଓ ବନ୍ୟାରେ ହୋଇଥିବା କ୍ଷୟକ୍ଷତିର ଆକଳନ କରି ସେମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହିତ କ୍ଷତି ପୂରଣ ଦେବାକୁ କ୍ଷତିଗ୍ରସ୍ଥ ପରିବାର ସ୍ଥାନୀୟ ପ୍ରଶାସନିକ ଅଧିକାରୀ କହିଛନ୍ତି। ଅନ୍ୟପଟେ ଚାଷ ଜମିରେ ବନ୍ୟା ପାଣି ପଶି ଏକର ଏକର ଜମିର ଧାନ ଚାଷ ନଷ୍ଟ ପୁରା ନଷ୍ଟ ହୋଇଯାଇଛି।