ଓସ୍ତପୁର ତିଆଡ଼ିକଣ୍ଡିଆରେ ସଡକ ଦୁର୍ଘଟଣା, ୩ ଡ୍ରାମା କଳାକାରଙ୍କ ମୃତ୍ୟୁ

Published By : Prameya-News7 Bureau | February 26, 2024 IST

କେନ୍ଦ୍ରାପଡ଼ା ୨୬/୦୨: କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଓସ୍ତପୁର ତିଆଡ଼ିକଣ୍ଡିଆ ଠାରେ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ୩ ମହିଳା ଡ୍ରାମା କଳାକାରଙ୍କ ମୃତ୍ୟୁ ହୋଇଛି । ଗାଡିରେ ଥିବା ଅନ୍ୟ ଦୁଇଜଣେ ମହିଳା କଳାକାର ଓ ଗାଡି ଚାଳକ ସମେତ ଦୁଇଜଣ ପୁରୁଷ ଲୋକ ଗୁରୁତର ଆହତ ହୋଇଛନ୍ତି ।

ଦୁର୍ଘଟଣାଗ୍ରସ୍ତ ବୋଲେରୋରେ ଦୁଇ ପୁରୁଷଙ୍କ ସମେତ ମୋଟ ୭ଜଣ ଯାତ୍ରୀ ଯାଉଥିଲେ । ସୋମବାର ଭୋରରୁ ଏହି ଦୁର୍ଘଟଣା ଘଟିଛି । ମୃତ କଳାକାରମାନଙ୍କ ପରିଚୟ ମିଳିପାରିନାହିଁ । ମିଳିଥିବା ସୂଚନା ଅନୁଯାୟୀ ଏହି କଳାକାର ମାନେ ନରଣପୁର ଗାଁରୁ ଡ୍ରାମା ରିହରସାଲ ସାରି ଫେରୁଥିଲେ । ସେମାନେ କେନ୍ଦ୍ରାପଡାରୁ ବସ୍ ଯୋଗେ ନିଜ ଘରକୁ ଯାଇଥାନ୍ତେ ।

ହେଲେ ଭୋର୍ ୬ ଟାରେ ଗାଡିଟି ରାସ୍ତା ପାର୍ଶ୍ୱରେ ଥିବା ଗଚ୍ଛରେ ପିଟି ହୋଇଯାଇଥିଲା । ତୁରନ୍ତ ସେମାନଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ଜିଲ୍ଲାମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ୩ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଅନ୍ୟ ୪ଜଣଙ୍କ ମଧ୍ୟରୁ ଜଣେ ମହିଳାଙ୍କ ସମେତ ଚାଳକ ଓ ଜଣେ ପୁରୁଷ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର ହୋଇଛନ୍ତି । ଜଣେ ସାମାନ୍ୟ ଆହତ ମହିଳା କେନ୍ଦ୍ରାପଡା ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.