ସୋରରେ ସିରିଜ୍ ଦୁର୍ଘଟଣା : ୩ ଜଣ ମୃତ

Published By : Prameya-News7 Bureau | March 08, 2019 IST

ସୋର ୮|୩ : ସୋରରେ ସିରିଜ୍ ଦୁର୍ଘଟଣାରେ ୩ଜଣଙ୍କର ମୃତ୍ୟୁ ହୋଇଛି । ଏନଏଚ-୧୬ ଖନ୍ତାପଡା ଥାନା ଦଣ୍ଡକାଳୀଠାରେ ଦୁର୍ଘଟଣା ହୋଇଛି । ପ୍ରଥମେ ଛିଡା ହୋଇଥିବା ଗୋଟିଏ ଟ୍ରକକୁ ପିଟିଥିଲା ଆଉ ଏକ ଟ୍ରକ୍ । ସେଠାରେ ଟ୍ରକ୍ ହେଲପରଙ୍କ ମୃତ୍ୟୁ ହୋଇଥିଲା ।

{"id":91506}

ପରେ ସେହି ଟ୍ରକଟି ଆଉ ଏକ ବସ୍‌କୁ ଧକ୍କା ଦେଇଥିଲା । ବସ୍‌ରେ ଥିବା ଜଣେ ମହିଳା ଯାତ୍ରୀ ଓ ହେଲପରଙ୍କର ମଧ୍ୟ ମୃତ୍ୟୁ ହୋଇଛି । ମୃତକଙ୍କ ପରିଚୟ ମିଳିପାରିନାହିଁ । ବିଳମ୍ବିତ ରାତିରେ ଦୁର୍ଘଟଣା ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ ହୋଇଛି । ରୋହିତ ନାମକ ବସ୍‌ଟି ଉଦଳାରୁ ଭୁବନେଶ୍ବର ଆସୁଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.