ଶାଶୁଙ୍କୁ ଏକାଠି ମିଶି ହତ୍ୟା କଲେ ୩ବୋହୂ : ତଣ୍ଟି ଚିପି ବେକରେ ଦଉଡ଼ି ଦେଇ ଝୁଲାଇଲେ

Published By : Prameya-News7 Bureau | September 02, 2020 IST

ଯୋଧପୁର ୨/୯: ରାଜସ୍ଥାନର ଯୋଧପୁର ଜିଲ୍ଲାର ହରଲାୟା ଗାଁରେ ୩ବୋହୂ ମିଶି ନିଜ ଶାଶୁଙ୍କ ହତ୍ୟା କରି ଦେଇଛନ୍ତି। ଘରେ ପ୍ରତିଦିନ ହେଉଥିବା ପାରିବାରିକ ବିବାଦ କାରଣରୁ ବୋହୂମାନେ ଏହି ହତ୍ୟାକାଣ୍ଡ ରଚାଇଥିଲେ। ଏହା ପରେ ଆତ୍ମହତ୍ୟା ରୂପ ଦେବା ପାଇଁ ଶବକୁ ଦଉଡ଼ିରେ ଝୁଲାଇ ଦିଆଯାଇଥିଲା। ପୋଲିସ୍ ୩ବୋହୂଙ୍କୁ ଗିରଫ କରି ଜେଲ୍ ପଠାଇ ଦେଇଛି।

ଘଟଣା ପରେ ପଡ଼ୋଶୀ ପୋଲିସକୁ ଏହାର ସୂଚନା ଦେଇଥିଲେ। ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇଛି। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଜଣା ପଡ଼ିଥିଲା ଯେ ଏହି ମାମଲା ଆତ୍ମହତ୍ୟା ନୁହେଁ ବରଂ ହତ୍ୟା। ପୋଲିସ୍ ହତ୍ୟା ସନ୍ଦର୍ଭରେ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରିଥିଲା।

ଯୋଧପୁର ଗ୍ରାମ୍ୟ ଏସପି କହିଥିଲେ ଯେ ରାମଦେବ ନଗର ହରଲାୟାରେ ରହୁଥିବା କମଳା ଦେବୀ(୬୨)ଙ୍କ ମୃତ୍ୟୁ ଅଗଷ୍ଟ ୨୮ତାରିଖରେ ହୋଇଥିଲା। ପୋଲିସକୁ ଏହାର ସୂଚନା ଅଗଷ୍ଟ ୨୯ତାରିଖରେ ଦିଆଯାଇଥିଲା। ପ୍ରାଥମିକ ଯାଞ୍ଚ ଏବଂ ପଚରାଉଚୁରାରେ ପରିବାର ଲୋକେ କହିଥିଲେ ଯେ କମଲା ଦେବୀ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିବାରଲୋକେ ବୋହୂଙ୍କୁ ସନ୍ଦେହ କରିଥିଲେ ଏବଂ ତଣ୍ଟି ଚିପି ହତ୍ୟା କରିବାର ଅଭିଯୋଗ କରିଥିଲେ। ପରେ ପୋଲିସ୍ ୩ବୋହୂଙ୍କୁ ପଚରାଉଚୁରା କରିଥିଲା ଏବଂ ୩ଜଣ ନିଜ ଦୋଷ ସ୍ବୀକାର କରିଥିଲେ।

ହତ୍ୟାକାରୀ ବୋହୂଙ୍କ ମଧ୍ୟରୁ ୨ଜଣ ନିଜର ଏବଂ ଜଣେ ଖୁଡ଼ୀ ଭଉଣୀ। ଶାଶୁ-ବୋହୂ ମଧ୍ୟରେ ଘରୋଇ ମାମଲାକୁ ନେଇ ଝଗଡ଼ା ହେଉଥିଲା। ପ୍ରତିଦିନ ହେଉଥିବା ଅଶାନ୍ତିରୁ ମୁକ୍ତି ପାଇବା ପାଇଁ ଏବଂ ଆରାମରେ ରହିବା ପାଇଁ ୩ଜଣ ତାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ।

ପୋଲିସର କହିବା ଅନୁସାରେ ୩ଜଣ ମିଶି ରୁମରେ ଲାଗିଥିବା ପଙ୍ଖାର ପାଇପ୍ ଦ୍ବାରା ଶାଶୁଙ୍କ ଗଳାରେ ଦଉଡ଼ି ବାନ୍ଧି ଝୁଲାଇ ଦେଇଥିଲେ। ଏହା ପରେ ନିଜ ନିଜ ଘରକୁ ଚାଲି ଯାଇଥିଲେ। ଦ୍ବିପ୍ରହର ୨ଟାରେ ମହିଳାଙ୍କ ପୁଅ ମଦନ ଏବଂ ଓମପ୍ରକାଶ ମୂଲ ଲାଗି ଫେରିବାରୁ ଛେଳି ଖୋଲା ହୋଇଥିବା ତାଙ୍କ ମାଆଙ୍କୁ ଡାକିଥିଲେ। ଏହା ପରେ ଭିତରେ ମାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ। ଏହା ପରେ ପୋଲିସକୁ ଘଟଣା ବିଷୟରେ ସୂଚନା ଦେଇଥିଲେ। ପୋଲିସ୍ କରୋନା ଯାଞ୍ଚ କରାଇବା ପରେ ସେମାନଙ୍କୁ ଆଜମେର ଜେଲ୍ ପଠାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.