ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

୩ଟି ଗୋରୁ ବୋଝେଇ କଣ୍ଟେନର୍‌ ଜବତ; ଉଦ୍ଧାର ହେଲେ ୩୦୦ ଗୋରୁ, ୧୨ଟି ଗାଡ଼ି ଫେରାର୍‌

24/09/2022 at 12:38 PM

ଜଳେଶ୍ୱର ୨୪/୦୯: ଓଡିଶାରୁ ପଶ୍ଚିମବଙ୍ଗକୁ କଣ୍ଟେନରରେ ଗୋରୁ ଚାଲାଣ ବେଳେ ପଶ୍ଚିମବଙ୍ଗ ପୋଲିସ ପଶ୍ଚିମବଙ୍ଗକୁ ପ୍ରବେଶ ଅନୁମତି ନଦେବାରୁ ଓଡିଶା ଫେରିବା ବେଳେ ୩ କଣ୍ଟେନରକୁ ଜଳେଶ୍ୱର ପୋଲିସ ଜବତ କରିଛି। ଜବତ ୩ଟି କଣ୍ଟେନରରୁ ୩୦୦ରୁ ଅଧିକ ଗୋରୁମାନଙ୍କୁ ଉଦ୍ଧାର କରାଯାଇଚଛି। ସୂଚନାଥାଉକି, ୬୦ନମ୍ୱର ଜାତୀୟ ରାଜପଥ ଦେଇ ସବୁବେଳେ ଶହଶହ ଗୋରୁଗାଡ଼ି ଓଡିଶାରୁ ପଶ୍ଚିମବଙ୍ଗକୁ ଚୋରା ଚାଲାଣ ହେଉଥିବା ଅଭିଯୋଗ ହେଉଛି। ଏହାକୁ ରୋକ ଲଗାଇବା ପାଇଁ ବାଲେଶ୍ୱର ଏସପିଙ୍କ ଦ୍ୱାରା ଶେରଗଡ଼ ଏବଂ ରାଜଘାଟରେ ତନଖି ଫାଟକ(ଚେକ୍‌ ଗେଟ୍‌) କରାଯାଇଛି। ଏହି  ଚେକ୍‌ ଗେଟ୍‌ ଦେଇ ଦିନ ରାତି ପୋଲିସ ଜଗି ରହୁଥିବା ବେଳେ କିଛି ଗୋରୁ ମାଫିଆମାନେ ପୋଲିସକୁ ଚକମା ଦେଇ ଗୋରୁ ଚୋରାଚାଲାଣ କରୁଛନ୍ତି।

ଅନ୍ୟପଟେ ୧୫ରୁ ଅଧିକ କଣ୍ଟେନରରେ ଗୋରୁ ଚୋରା ଚାଲାଣ ହେବାଥିଲା ବେଳେ ପଶ୍ଚିମବଙ୍ଗ ସୀମାରେ ଥିବା  ପୋଲିସ ସେଗୁଡିକୁ ଓଡିଶାକୁ ଫେରାଇ ଦେଇଥିଲେ। ଓଡ଼ିଶାକୁ ଫେରିବା ବେଳେ ଖବର ପାଇ  ଜଳେଶ୍ୱର ପୋଲିସ ପକ୍ଷରୁ ଲକ୍ଷ୍ମଣନାଥ ଟୋଲପ୍ଲାଜାର ପାଖରେ ଚଢ଼ାଉ କରି ୩ଟି ଗୋରୁ ବୋଝେଇ କେଣ୍ଟନରକୁ ଜବତ କରାଯାଇଥିବା ଅନ୍ୟ ଗାଡିଗୁଡ଼ିକ  ଘଟଣା ସ୍ଥଳରୁ ଫେରାର ହେବାରେ ସକ୍ଷମ ହୋଇଛନ୍ତି। ଜବତ ୩ଟି  କେଣ୍ଟନରୁ ୩୦୦ରୁ ଅଧିକ ଗୋରୁଙ୍କୁ ଉଦ୍ଧାର କରାଯାଇ ଗୋଶାଳାରେ ଛଡ଼ା ଯାଇଛି। ପୋଲିସ ଏହି ଘଟଣାର ଅଧିକ ତଦନ୍ତ ଜାରୀ ରଖିଛି।

   Related Posts