ଦ୍ରୁତ ଗତିରେ ଆସି ଦୋକାନ ଭିତରେ ପଶିଗଲା କାର୍‌, ୩ କଲେଜ୍‌ ଛାତ୍ରୀ ଆହତ

Published By : Prameya-News7 Bureau | November 20, 2022 IST

ସାନଖେମୁଣ୍ଡି, ୨୦।୧୧: ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟରାସ୍ତାର ଭାବନ୍ଧ ଛକ ଠାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଓଡି ୦୭ଏନ ୨୯୩୬ ନମ୍ୱର ବିଶିଷ୍ଟ ଏକ କାର୍‌ ଦ୍ରୁତ ଗତିରେ ଆସି ରାସ୍ତା ପାଶ୍ୱରେ ଥିବା ଏକ ପାନ ଦୋକାନ ମଧ୍ୟକୁ ପଶିଯାଇଥିବା ଜଣାପଡ଼ିଛି । ଫଳରେ ୩ କଲେଜ୍‌ ଛାତ୍ରୀ ଏଥିରେ ଆହତ ହୋଇଛନ୍ତି ।

ବସ୍‌ରୁ ଓହ୍ଲାଇ ଦୋକାନ ସମ୍ମୁଖରେ ନରେନ୍ଦ୍ରପୁର କ୍ଷେତ୍ରମୋହନ ବିଜ୍ଞାନ କଲେଜର ଛାତ୍ରୀ ସୁମିତ୍ରା ସାମଲ (୧୬) ଇତିଶ୍ରୀ ପ୍ରଧାନ (୧୬) ଶୁଭଶ୍ରୀ ନାହାକ (୧୬) ଠିଆ ହୋଇଥିଲେ । ଏହି ସମୟରେ କାର୍‌ଟି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ସମସ୍ତ ଛାତ୍ରୀ ଆହତ ହୋଇଛନ୍ତି। ଉପସ୍ଥିତ ଲୋକେ ଘଟଣାସ୍ଥଳରୁ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଭାଟକୁମରଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ଖବର ପାଇ ପୁରୁଷୋତ୍ତମପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଜବତ କରିବା ସହ ତଦନ୍ତ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.