ବୈପାରୀଗୁଡା ୯/୭: ଦୁନିଆକୁ ଭଲଭାବରେ ବୁଝିବା ଆଗରୁ ଏମାନେ ଅନାଥ ହୋଇଯାଇଛନ୍ତି । ବଜ୍ରପାତରେ କୋରାପୁଟ ବୈପାରୀଗୁଡାର ବ୍ଲକ ପାରାଲର ଦଂପତ୍ତି ରବି ମୁଦୁଲି ଓ ବତୀ ମୁଦୁଲିଙ୍କ ମୃତ୍ୟୁ ପରେ ୩ କୁନି କୁନି ପିଲାଙ୍କ ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହୋଇଯାଇଛି । ସୋମବାର ଏହି ଦଂପତ୍ତି ବିଲରେ ଚାଷ କାମ କରୁଥିବାବେଳେ ହଠାତ ବର୍ଷା ସହ ବଜ୍ରପାତ ହୋଇଥିଲା । ଆଉ ସେଠାରେ ଉଭୟ ଟଳିପଡିଥିଲେ । ବାପା-ମାଆ ଯିବା ପରେ ଏବେ ୩ ପିଲା ପୁରା ଅନାଥ ହୋଇଯାଇଛନ୍ତି । ସେମାନଙ୍କ କଥା ଏବେ କିଏ ବୁଝିବ ତାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ଗାଁ ଲୋକ । ବାପା-ମାଆ ଛେଉଣ୍ଡ ୩ ନିଷ୍ପାପ ଶିଶୁଙ୍କୁ ପ୍ରଶାସନ ଥଇଥାନ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ଗ୍ରାମବାସୀ ।