ବାଣ ବିସ୍ଫୋରଣରେ ୩ ଶିଶୁ ଗୁରୁତର; ପୋଡ଼ି ଯାଇଛି ହାତ, ମୁହଁ ଓ ଛାତି

Published By : Prameya-News7 Bureau | May 31, 2023 IST

ଭୁବନେଶ୍ୱର: ବାଣ ବିସ୍ଫୋରଣରେ ୩ ଜଣ ଶିଶୁ ଗୁରୁତର ହୋଇଛନ୍ତି। କାହାର ମୁହଁ ପୋଡ଼ିଯାଛି ତ କାହା ହାତରୁ ଛାଲ ଉତୁରିଯାଇଛି। ଭୁବନେଶ୍ୱରରେ ଏଭଳି ଘଟଣା ଘଟିଛି। ଆହତ ଶିଶୁମାନଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ୍ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ୩ ଶିଶୁଙ୍କ ବୟସ ୮ ରୁ ୧୦ ବର୍ଷ ମଧ୍ୟରେ ହେବ। ବାଣ ବିସ୍ଫୋରଣରେ ଶିଶୁମାନଙ୍କର ହାତ, ମୁହଁ, ଛାତି ପୋଡ଼ି ଯାଇଛି।

wp:heading {"level":4}

ପଢ଼ନ୍ତୁ- ସରକାରୀ କ୍ୱାର୍ଟରରେ ଅଗ୍ନିକାଣ୍ଡ, ବାଣ ବିସ୍ଫୋରଣରୁ ଲାଗିଲା ନିଆଁ

/wp:heading

ସୂଚନା ଅନୁସାରେ, ଏକ ଅଫୁଟା ବାଣକୁ କୌତୁହଳ ବଶତଃ ପିଲାମାନେ ଆଣି ଚୁଲିରେ ପକାଇ ଦେଇଥିଲେ। ଚୁଲିରେ ବାଣ ପକାଇ ୩ ଶିଶୁ ଚୁଲିକୁ ଚାହିଁ ରହିଥିଲେ। ଏହି ସମୟରେ ବାଣ ଟି ପ୍ରଚଣ୍ଡ ଶଦ୍ଧ  କରି ବିସ୍ଫୋରଣ ହୋଇଥିଲା। ଫଳରେ ବାଣ ନିଆଁ ପିଲାମାନଙ୍କ ଆଖି, ଛାତି ଓ ମୁହଁ ପୋଡ଼ି ପକାଇଥିଲା।

ଏଥିରେ ୩ ଶିଶୁ ଗୁରୁତର ଭାବେ ଆହାତ ହୋଇଥିଲେ। ସେମାନଙ୍କୁ ପ୍ରଥମେ ବାଲିପାଟଣା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଏବଂ ପରେ କ୍ୟାପିଟାଲ୍ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.