suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡ଼ା : ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାଡ଼, ଛାତିରେ ବାଜିଛି ଗୁଳି
  • ||
  • ସାଲେପୁର : ପାରିବାରିକ କଳହର କରୁଣ ପରିଣତି, ସ୍ୱାମୀକୁ କିରୋସିନି ଢାଳି ଜାଳିଦେଲା ସ୍ତ୍ରୀ
  • ||
  • ଭୂକମ୍ପରେ ଥରିଲା ଇରାନ : ୭ ମୃତ, ୪୪୦ରୁ ଅଧିକ ଆହତ
  • ||

କେନ୍ଦ୍ରାପଡା ବଗପାଟିଆରେ ଅଭାବନୀୟ ଘଟଣା, ପୋଖରୀରେ ବୁଡି ୩ ଶିଶୁପୁତ୍ର ମୃତ

23/12/2022 at 2:27 PM

କେନ୍ଦ୍ରାପଡା ୨୩/୧୨: ପୋଖରୀରେ ବୁଡି ୩ ଶିଶୁପୁତ୍ର ମୃତ । ଏଭଳି ଦୁଃଖଦ ଘଟଣା ଘଟିଛି କେନ୍ଦ୍ରାପଡ଼ା ରାଜନଗର ଥାନା ବିସ୍ଥାପିତ ଅଞ୍ଚଳ ବଗପାଟିଆରେ । ବଗପାଟିଆ ଗାଁର ସୁକାନ୍ତ ରାଉତଙ୍କ ପୁଅ ଵିଶାଲ ରାଉତ, ଶୈଶବ ସାହୁଙ୍କ ପୁଅ ସନ୍ଦୀପ ସାହୁ ଓ ବୀରକିଶୋର ପରିଡାଙ୍କ ପୁଅ ବିସେନ ପରିଡାଙ୍କ ମୃତ୍ୟୁ ହୋଇଛି । ମୃତ ଶିଶୁଙ୍କ ବୟସ ୧୦ ବର୍ଷ ହେବ ବୋଲି ସୂଚନା ମିଳିଛି ।

ସୂଚନା ଥାଉକି, ଶୁକ୍ରବାର ମଧ୍ୟାହ୍ନରେ ଗାଁ ଶେଷ ମୁଣ୍ଡରେ ଥିବା ଏକ ପୋଖରୀକୁ ଗାଧୋଇବା ପାଇଁ ଯାଇଥିବା ବେଳେ ସମସ୍ତଙ୍କ ଅଲକ୍ଷ୍ୟରେ ପାଣିରେ ବୁଡି ଯାଇଥିଲେ । ତେବେ ଦୀର୍ଘ ଦେଢ଼ ଘଣ୍ଟା ବିତିଯିବା ପରେ ଏହି ୩ ଶିଶୁ ଘରକୁ ନଫେରିବାରୁ ଘର ଲୋକେ ଏମାନଙ୍କୁ ଖୋଜାଖୋଜି କରିଥିଲେ ।

ପୋଖରୀ କୂଳରେ ଚପଲ ଥିବା ଦେଖି ସ୍ଥାନୀୟ ଲୋକେ ପାଣିରେ ଏମାନଙ୍କୁ ଖୋଜିବା ପରେ ସମସ୍ତଙ୍କୁ ମୁର୍ମୁଷ ଅବସ୍ଥାରେ ଉଦ୍ଧାର କରି ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ତେବେ ଡାକ୍ତର ସେଠାରେ ତିନିଜଣ ଶିଶୁଙ୍କୁ ମୃତ ଘୋଷଣା କରିଥିଲେ । ଏହି ଦୁଃଖଦ ଘଟଣା ପରେ ସାତଭାୟା ପଞ୍ଚାୟତରେ ଶୋକର ଛାୟା ଖେଳିଯାଇଛି । ମୃତ ଶିଶୁଙ୍କ ପରିବାରକୁ କ୍ଷତିପୂରଣ ପାଇଁ ନିବେଦନ କରିଛନ୍ତି ସ୍ଥାନୀୟ ଲୋକେ ।

   Related Posts