suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ସରଧାବାଲିରେ ଶ୍ରୀଜଗନ୍ନାଥ, ଗତକାଲି ସଂଧ୍ୟାରୁ ଆଜି ସଂଧ୍ୟାଯାଏଁ ଭକ୍ତଙ୍କୁ ଦର୍ଶନ ଦେବାପରେ କରୁଛନ୍ତି ଆଡପମଣ୍ଡପ ବିଜେ

5/07/2019 at 7:34 PM

ପୁରୀ୫|୭: ଆଜି ଆଡ଼ପ ମଣ୍ଡପକୁ ବିଜେ କରୁଛନ୍ତି ମହାପ୍ରଭୁ । ଗତକାଲି ସଂଧ୍ୟାରେ ଶରଧାବାଲିରେ ତିନି ରଥ ପହଞ୍ଚିବା ପରଠାରୁ ଆଜି ସଂଧ୍ୟା ପର୍ଯ୍ୟନ୍ତ ରଥାରୁଢ଼ ଶ୍ରୀଜିଉଙ୍କୁ ଦର୍ଶନ କରିବାର ସୁଯୋଗ ପାଇଥିଲେ ଭକ୍ତ । ଆଜି ସକାଳୁ ମଧ୍ୟ ଝିପ୍‌ ଝିପ୍‌ ବର୍ଷା ସତ୍ବେ ଭକ୍ତଙ୍କ ଭିଡ଼ କମିନଥିଲା । ରଥ ଉପରେ ଚାଲିଥିଲା ଶ୍ରୀଜିଉଙ୍କ ନୀତିକାନ୍ତି । ….

ରଥ ଉପରେ କଟିଲା ସାରା ରାତି । ଆଉ ଆଜି ମଧ୍ୟ ସାରା ଦିନ ଶରଧାବାଲିରେ ଭକ୍ତଙ୍କ ଗହଣରେ ରହିବାକୁ ଚାହିଁଥିଲେ କାଳିଆ ଠାକୁର । ସେ ତ ଭକ୍ତର ଭାବରେ ବନ୍ଧା । ଭକ୍ତର ଜୀବନ ଧନ । କାଳେ କୋଉ ଭକ୍ତ ତାଙ୍କର ଶ୍ରୀକ୍ଷେତ୍ରରେ ପହଞ୍ଚି ପାରିନଥିଲେ, ଖାସ୍‌ ସେଇଥିପାଇ କାଲି ସଂଧ୍ୟାରୁ ଆଜି ସଂଧ୍ୟା ପର୍ଯ୍ୟନ୍ତ ସେମିତି ରଥ ଉପରେ ଅପେକ୍ଷା କରି ବସିଥିଲେ ଭକ୍ତ ବତ୍ସଳ ମହାପ୍ରଭୁ ।

ସେପଟେ ଭକ୍ତ ମଧ୍ୟ ତା’ର ଭାବର ଡୋରିରେ ମହାପ୍ରଭୁଙ୍କୁ ବାନ୍ଧି ରଖିବାକୁ କୌଣସି ମଉକା ଛାଡ଼ିନଥିଲେ । କାଲି ରାତିଠୁ ଆଜି ସଂଧ୍ୟା ପର୍ଯ୍ୟନ୍ତ ଶରଧାବାଲିରେ ରଥାରୂଢ଼ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଲାଗିଥିଲା ଭକ୍ତଙ୍କ ଭିଡ଼ ।

ଏତେ ଦିନ ପରେ କାଳିଆ ସାଆନ୍ତଙ୍କୁ ପାଖରେ ପାଇ ଭକ୍ତର ମନ ପୂରି ଉଠିଛି । ହରିବୋଲ, ହୁଳହୁଳି ଓ ସଂକୀର୍ତ୍ତନରେ ଫାଟି ପଡ଼ୁଛି ଶରଧାବାଲି । କିଏ ଚକାଆଖିରେ ଆଖି ମିଶାଇ ତା’ର ଦୁଃଖ ଜଣାଉଛି ତ ଆଉ କିଏ ଭାବବିହ୍ବଳ ହୋଇ କାନ୍ଦି ପକାଉଛି । ଶରଧାବାଲିରେ ଭକ୍ତ=ଭଗବାନଙ୍କ ଏ ଅପୂର୍ବ ମିଳନ ସୃଷ୍ଟି କରିଛି ଆଧ୍ୟାତ୍ମିକ ପରିବେଶ । ସେପଟେ ରଥ ଉପରେ ଗୋଟି ଗୋଟି କରି ସମସ୍ତ ନୀତିକାନ୍ତି କରିଥିଲେ ସେବକମାନେ ।

ଗତକାଲିଠୁ ତିନି ରଥ ଶରଧାବାଲିରେ ପହଞ୍ଚିବା ପରେ ରଥ ଚାରିପାଖରେ ବ୍ୟାରିକେଡିଂ କରାଯାଇଥିଲା । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ୍‌ ମୁତୟନ ହୋଇଥିଲେ ।

   Related Posts