ଡଙ୍ଗା ବୁଡି ଟ୍ରାଜେଡି: ମିଳିଲା ୩ ମୃତଦେହ, ଉଦ୍ଧାର କାର୍ଯ୍ୟ ଜାରି

Published By : Prameya-News7 Bureau | April 20, 2024 IST

ଝାରସୁଗୁଡା ୨୦/୦୪: ମହାନଦୀ ଡ଼ଙ୍ଗା ବୁଡି ଘଟଣାରେ ଆଜି ସକାଳ ୫ଟାରୁ ଆରମ୍ଭ ହୋଇଛି ପୁଣି ସର୍ଚ୍ଚ ଅପରେସନ । ଆଜି ସକାଳୁ ତିନି ମୃତଦେହ ଉଦ୍ଧାର ହୋଇଛି । ଉଦ୍ଧାର ମୃତଦେହ ମଧ୍ୟରେ ଅଛନ୍ତି ଦୁଇ ଶିଶୁ ଓ  ଜଣେ ମହିଳା । ଦୁଇ ଶିଶୁ ହେଲେ ନବୀନ ରାଠିଆ ଓ ପିକେଶ୍ୱର ରାଠିଆ । ଏବେବି ନିଖୋଜ ଅଛନ୍ତି ଆଉ ୪ ଜଣ । 

୫ ଜଣ ଏବେ ମଧ୍ୟ ନିଖୋଜ ଥିବାବେଳେ ପୂର୍ବରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ମୃତକ ଜଣକ ଛତିଶଗଡ଼ ଖରସିଆଁର ରାଧିକା ନିଶାଦ ବୋଲି ଜଣାପଡିଛି । ୨ଟି ଓଡ୍ରାଫ ଟିମ ଏବେ ସର୍ଚ୍ଚ ଅପରେସନ ଜାରି ରଖିଥିବାବେଳେ ସ୍କୁବା ଡ୍ରାଇଭିଂ ଟିମ ଏହି ସର୍ଚ୍ଚ ଅପରେସନ ସାମିଲ୍ ଅଛନ୍ତି । ଡ଼ଙ୍ଗାରେ ପ୍ରାୟ ୫୪ ଜଣ ଯାତ୍ରୀ ବରଗଡ ବାଞ୍ଜିପାଲିରୁ ଝାରସୁଗୁଡା ସରଧା ଡ଼ଙ୍ଗା ଘାଟକୁ ଆସୁଥିଲେ । 

ସେମାନଙ୍କ ମଧ୍ୟରେ ୪୫ ଜଣ ଛତିଶଗଡ ଅଂଚଳର ଥିଲେ । ସେମାନେ ବରଗଡ଼ ପଥରାସେନୀକୁ ପୂଜାର୍ଚ୍ଚନା ପାଇଁ ଯାଇ ଫେରୁଥିବବେଳେ ସରଧା ଘାଟ ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଡଙ୍ଗାରେ ଥିବା ବରଗଡ ଓ ଝାରସୁଗୁଡା ଅଂଚଳର ୯ ଜଣ ତଥା ଛତିଶଗଡ଼ର ୩୭ ଜଣ ଜୀବିତ ଉଦ୍ଧାର ହୋଇଥିବା ଜଣାପଡିଛି । ଛତିଶଗଡର ଯାତ୍ରୀମାନଙ୍କୁ ପ୍ରାଥମିକ ଚିକିତ୍ସାପରେ ଛତିଶଗଡ ପ୍ରଶାସନ ନିଜ ଜିଲ୍ଲାକୁ ନେଇଥିବା ଜଣାପଡ଼ିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.