କେନ୍ଦ୍ରାପଡା ୬/୮: ମହାକାଳପଡା ବ୍ଲକ ବରୁଣେଇ ମୁହାଣ ନିକଟରେ ବୁଡିଲା ୩ଟି ବୋଟ୍ । ଫସିଲେ ୧୨ ମତ୍ସ୍ୟଜୀବୀ । ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳେ ସୁନୀତି ପଞ୍ଚାୟତ ବବାଙ୍ଗଡିହ ଗାଁର ୧୨ ଜଣ ମତ୍ସ୍ୟଜୀବୀ ୩ଟି ବୋଟ୍ରେ ମାଛ ଧରିବାକୁ ନଦୀକୁ ଯାଇଥିଲେ ।
ତେବେ ମାଛ ଧରି ଫେରୁଥିବା ସମୟରେ ମଧ୍ୟାହ୍ନ ସମୟରେ ହଠାତ୍ ପାଣିପାଗ ବଦଳିଯାଇଥିଲା। ପବନ ବେଗ ବୃଦ୍ଧି ପାଇଥିଲା। ଫଳରେ ଭାରସାମ୍ୟ ହରାଇ ତିନିଟିଯାକ ବୋଟ ଓଲଟି ପଡ଼ିଥିଲା । ତେବେ ତିନି ବୋଟରେ ଥିବା ୧୨ ଜଣ ମତ୍ସ୍ୟଜୀବୀ ଡଙ୍ଗାକୁ ଧରି ଭାସି ରହିଥିଲେ। ଆଉ ଉଦ୍ଧାର ପାଇଁ ଗାମୁଛା ହଲାଇ ଡାକିଥିଲେ, ଫଳରେ ଅନ୍ୟ ମତ୍ସ୍ୟଜୀବୀମାନେ ଜାଣିପାରି ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଆରମ୍ଭ କରିଥିଲେ ଓ ସଫଳ ମଧ୍ୟ ହୋଇଥିଲେ।
ଆଉ ପ୍ରାୟ ୧ ଘଣ୍ଟାର ସଂଘର୍ଷ ପରେ ଉଦ୍ଧାର ହୋଇଛନ୍ତି ୧୨ ମତ୍ସ୍ୟଜୀବୀ । ଅବଶ୍ୟ ସେମାନଙ୍କର ଜାଲ ଓ ମାଛ ଭାସିଯାଇଛି ।