ଗୋଟିଏ ନକ୍ଷତ୍ରରେ ଏକାଠି ହେବେ ୩ ବଡ ଗ୍ରହ, ଜାଣନ୍ତୁ ଦେଶ ଦୁନିଆ ଉପରେ କିପରି ରହିବ ପ୍ରଭାବ

Published By : Prameya-News7 Bureau | March 20, 2020 IST

୨୦ ମାର୍ଚ୍ଚ ଶୁକ୍ରବାର ଉତ୍ତରଆଷାଢା ନକ୍ଷତ୍ରରେ ମଙ୍ଗଳ, ଗୁରୁ ଓ ଶନି ଗ୍ରହଙ୍କ ଯୁତି ହେବ। ଖଗୋଳ ଶାସ୍ତ୍ରୀ ଏହାକୁ ଏକ ଅଦଭୂତ ସଂଯୋଗ କହୁଥିବା ବେଳେ ମେଦିନି ଜ୍ୟୋତିଷ ଏହାକୁ ଅଶୁଭ କହିଛି। ୩ ବଡ  ଗ୍ରହଗୋଟିଏ ନକ୍ଷତ୍ରରେ ଏକତ୍ର ହେବା ଦୁର୍ଭିକ୍ଷ ଓ ଯୁଦ୍ଧ ଭଳି ପରିସ୍ଥିତିର ସଙ୍କେତ ବୋଲି ଜ୍ୟୋତିଷମାନେ ଆକଳନ କରୁଛନ୍ତି।

{"id":241435,"sizeSlug":"large"}

ମାର୍ଚ୍ଚ ୨୩ ତାରିଖ ଦିନ ମଙ୍ଗଳ ତାର ଉଚ୍ଚ ରାଶି ମକରକୁ ଚଳନ କରିବ। ସେହିପରି ମାର୍ଚ୍ଚ ୩୦ ତାରିଖ ଦିନ ବୃହସ୍ପତି ମଧ୍ୟ ମକର ରାଶିକୁ ପ୍ରବେଶ କରିବେ। ଏଣୁ ଭାରତୀୟ ଉପ ମହାଦ୍ୱୀପ କରୋନା ସଂକଟରୁ ମୁକୁଳିବା ବେଳେ ପ୍ରାକୃତିକ ବିତ୍ପାତ ଆଶଙ୍କାରେ ଜନତା ଭୟଭୀତ ରହିବେ। ଗ୍ରହଙ୍କ ଏଭଳି ସ୍ଥିତିରେ ଚୈତ୍ର ନବରାତ୍ର ପାଳନ ହେବ। ଏଣୁ ନୌକା ବାହାନରେ ମାଙ୍କ ଆଗମନ ନିଶ୍ଚିତ ଶୁଭ ସଂକେତ ନୁହେଁ ।

{"id":241436,"width":580,"height":433,"sizeSlug":"large"}

ଉତ୍ତରାଷଢା ନକ୍ଷତ୍ରରେ ଶନି, ଗୁରୁ ଓ ମଙ୍ଗଳଙ୍କ ଅବସ୍ଥାନର ପ୍ରଭାବ ଏପ୍ରିଲ ମାସରେ ମକର ରାଶିକୁ ପ୍ରଭାବିତ କରିବ। ଏଣୁ ବିଶ୍ୱ ଅର୍ଥ ବ୍ୟବସ୍ଥା ଲାଗି ଏକ ବଡଧରଣର ମାନ୍ଦାବସ୍ଥା ସୃଷ୍ଟି କରିବ ବୋଲି ଜ୍ୟୋତିଷମାନେ ଆକଳନ କରିଛନ୍ତି। ଶନିଙ୍କ ରାଶି ମକରରେ ବୃହଷ୍ପତି ନିଚ୍ଚ। ଏଣୁ ବ୍ୟାଙ୍କିଙ୍ଗ ଓ ସେୟାର ବଜାରରେ ହ୍ରାସର ଜ୍ୟୋତିଷ ସ୍ପଷ୍ଟ ଆକଳନ କରୁଥିବା ବେଳେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ହ୍ରାସ ଲୋକଙ୍କୁ ଆସ୍ୱସ୍ତ କରିବ।

{"id":241438,"sizeSlug":"large"}

ସେପଟେ ଚୀନ, ଆମେରିକା ଓ ୟୁରୋପର ଅର୍ଥବ୍ୟବସ୍ଥା ସଂକଟଗ୍ରସ୍ତ ହେବାର ପୂର୍ବାନୁମାନ କରାଯାଉଛି। ସେହିପରି ଚୀନ ଲଗ୍ନ ମକର ରାଶିରେ ଚନ୍ଦ୍ରଙ୍କ ସ୍ଥିତି ବିଶ୍ୱରେ ଚୀନ ନିନ୍ଦିତ ହେବା ସହ ପାତରଅନ୍ତର ନୀତିର ସମ୍ମୁଖୀନ ହେବ ବୋଲି ଜ୍ୟୋତିଷ ଆକଳନ କରିଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.