ଜଙ୍ଗଲରୁ ଚାଲି ଆସି ଗାଁ ଭିତରେ ପଶିଗଲେ ୩ ଭାଲୁ, ଲୋକେ ଆତଙ୍କିତ

Published By : Prameya-News7 Bureau | August 10, 2022 IST

ଆନନ୍ଦପୁର ୧୦/୦୮: ଆନନ୍ଦପୁର ଉପଖଣ୍ଡ ଘଷିପୁରା ବ୍ଲକ୍ ପୁରୁଣା ବାନ୍ଧୋଗଡା ଗାଁ ନିକରେ ୩ଟି ଭାଲୁ ବୁଲୁଥିବା ଦେଖିବାକୁ ମିଳିଛି । ସନ୍ଧ୍ୟା ସମୟରେ ନିକଟସ୍ଥ ବରାଙ୍ଗ ଜଙ୍ଗଲରୁ ଚାଲି ଆସି ଥିବା ଅନୁମାନ କରାଯାଉଥିବା ବେଳେ ଗାଁ ରାସ୍ତା କଡରେ ଥିବା ଜଙ୍ଗଲ ବିଭାଗ ବିଟ୍ ହାଉସ୍ ନିକଟରେ ଏମାନଙ୍କୁ ଦେଖିବାକୁ ମିଳିଥିଲା । ପରେ ଭାଲୁ ଗୁଡିକ ସେଠାରୁ ୧୦୦ ମିଟର ଦୂରରେ ଥିବା ଗାଁ ଭିତରକୁ ପଶିବାକୁ ଚେଷ୍ଟା କରୁଥିବା ସମୟରେ ଗାଁ ଲୋକେ ତାଙ୍କୁ ଘଉଡାଇ ଦେବାରୁ ପୁଣିଥରେ ଜଙ୍ଗଲକୁ ଚାଲିଯାଇଥିଲେ । ତେବେ ଏକା ଥରରେ ୩ଟି ଭିଲୁ ଦେଖି ଭୟଭିତ ହୋଇଛନ୍ତି ଗ୍ରାମବାସୀ ।

wp:html https://youtu.be/I7sxPVsQiKw /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.