vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳ, ମୋଟ୍ ପାସ୍ ହାର ୯୦.୫୫ ପ୍ରତିଶତ
  • ||
  • ରାଉରକେଲା : ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୧ କୋଭିଡ୍ ପଜିଟିଭ୍
  • ||
  • ଘରୋଇ ଗ୍ୟାସ୍ ସିଲିଣ୍ଡର ହେଲା ମହଙ୍ଗା, ସିଲିଣ୍ଡର ପିଛା ବଢିଲା ୫୦ ଟଙ୍କା
  • ||
  • ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ଭୁବନେଶ୍ୱର : ରଶ୍ମିରେଖାଙ୍କ ପୁରୁଷବନ୍ଧୁଙ୍କ ଆତ୍ମହତ୍ୟା, ରାଉରକେଲାରୁ ମିଳିଲା ଝୁଲନ୍ତା ମୃତଦେହ
  • ||

ପୁଣି ମାଗିଲେ ଦାଦା ବଟି, କୁଖ୍ୟାତ ଅପରାଧୀ ସକିଲର ୩ ସହଯୋଗୀ ଗିରଫ

24/08/2020 at 1:22 PM

କଟକ ୨୪।୮: କୁଖ୍ୟାତ ଅପରାଧୀ ସକିଲ ଜେଲରେ ରହି ପୁଣି ମାଗିଲା ବଟି । କଟକରେ ପୁଣି ଦାଦା ବଟି ମାଗିବା ଅଭିଯୋଗରେ ୩ ଜଣ ଗିରଫ ହୋଇଛନ୍ତି । ୩ ଅଭିଯୁକ୍ତକୁ ଗିରଫ କଲା ବାଦାମବାଡି ପୋଲିସ । ଜଣେ ବ୍ୟକ୍ତିଙ୍କୁ ୨ ଲକ୍ଷ ଟଙ୍କାର ବଟି ମାଗାଯାଇଥିବା ନେଇ ଅଭିଯୋଗ ହୋଇଥିଲା । ଏହାପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା ।

ଗତ ୧୯ ତାରିଖରେ ଦୁର୍ଦ୍ଦାନ୍ତ ଅପରାଧୀ ସକିଲର ୪ ସହଯୋଗୀ ଗିରଫ ହୋଇଥିଲେ । ଦାଦାବଟି ମାଗିବା ଅଭିଯୋଗରେ ସେମାନଙ୍କୁ ଗିରଫ କରିଥିଲା ପୋଲିସ । ସେମାନଙ୍କରଠାରୁ ବନ୍ଧୁକ ଓ ମୋବାଇଲ ଫୋନ ଜବତ ହୋଇଥିଲା । ସହଯୋଗୀମାନେ ସକିଲର ନିର୍ଦ୍ଦେଶରେ ଦାଦାବଟି ଆଦାୟ କରୁଛନ୍ତି । ଗିରଫ ଚାରି ଅଭିଯୁକ୍ତ ଜଣେ ବ୍ୟବସାୟୀଙ୍କୁ ୧ ଲକ୍ଷ ଟଙ୍କା ମାଗି ଧରାପଡିବା ପରେ ଏବେ ସକିଲ୍ ଗ୍ୟାଙ୍ଗର ଗୁମର ଖୋଲିଛି । ସକିଲର ନିର୍ଦ୍ଦେଶ ଅନୁସାରେ ସେମାନେ କାମ କରନ୍ତି । ଅପରାଧର ମାଷ୍ଟରମାଇଣ୍ଡ ସକିଲ ଜେଲ୍‌ରେ ଥାଇ ଯାହା ନିର୍ଦ୍ଦେଶ ଦିଏ, ଜେଲ୍‌ ବାହାରେ ଥିବା କିଛି ସହଯୋଗୀମାନେ ତାହାକୁ ପାଳନ କରନ୍ତି ।

   Related Posts